୭୮ ତଳକୁ ଖସିଲା ‌ଡିଜେଲ

ଭୁବନେଶ୍ବର: ଦେଶରେ ଲଗାତାର ଗତ କିଛିଦିନ ହେଲା ପେଟ୍ରୋଲ ଓ ଡିଜେଲ ଦର କମିବାରେ ଲାଗିଛି। ଭୁବନେଶ୍ବରରେ ମଧ୍ୟ ଏହି ଧାରା ଜାରି ରହିଛି। ଭୁବନେଶ୍ବରରେ ପେଟ୍ରୋଲ ତୁଳନାରେ ଡିଜେଲ ଦର ଅଧିକ ଥିଲେ ମଧ୍ୟ ଏହା ଶନିବାର ୭୮ ଟଙ୍କା ତଳକୁ ଖସିଛି। ଶୁକ୍ରବାର ଭୁବନେଶ୍ବରରେ ଡିଜେଲ ଦର ୭୮ ଟଙ୍କା ୬ ପଇସା ଥିବାବେଳେ ଶନିବାର ଏହା ୭୭ ଟଙ୍କା ୮୯ ପଇସାକୁ ଓ ରବିବାର ୭୭ ଟଙ୍କା ୭୬ ପଇସାକୁ ହ୍ରାସ ପାଇଛି। ସେହିଭଳି ପେଟ୍ରୋଲ ଦର ଭୁବନେଶ୍ବରରେ ଶୁକ୍ରବାର ୭୭ ଟଙ୍କା ତଳକୁ ହ୍ରାସ ପାଇ ୭୬ ଟଙ୍କା ୯୪ ପଇସା ରହିଥିବାବେଳେ ଶନିବାର ୭୬ ଟଙ୍କା ୭୭ ପଇସାକୁ ଓ ରବିବାର ୭୬ ଟଙ୍କା ୬୧ ପଇସାକୁ ହ୍ରାସ ପାଇଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୭୦ ଡଲାର ତଳକୁ କମିବା ଏବଂ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟରେ ସୁଧାର ଯୋଗୁ ‌ପେଟ୍ରୋଲ ଓ ଡିଜେଲ ଦରରେ ହ୍ରାସ ଦେଖାଦେଇଛି। ଆଗାମୀ ଦିନରେ‌ ମଧ୍ୟ ଏହି ହ୍ରାସ ଧାରା ଜାରି ‌ରହିବ ବୋଲି ବିଶେଷଜ୍ଞମାନେ ଆଶା ରଖିଛନ୍ତି।

ସମ୍ବନ୍ଧିତ ଖବର