କମ୍ପାନିଙ୍କ ପାଇଁ ଡିଜେଲ ଦର ବଢ଼ିଲା: ଲିଟର ପିଛା ୨୫ ଟଙ୍କା ଅଧିକ ଦେବେ, ପେଟ୍ରୋଲ ପମ୍ପରେ ଦର ଅପରିବର୍ତ୍ତିତ
ସଂକଟରେ ଘରୋଇ ତେଲ କମ୍ପାନି
ସଂକଟରେ ଘରୋଇ ତେଲ କମ୍ପାନି
ଦେଶରେ ନାୟରା ଏବଂ ରିଲାଏନ୍ସ-ବିପି ଭଳି କମ୍ପାନି ଘରୋଇ ତେଲ କମ୍ପାନି ଏହାଦ୍ବାରା ସଂକଟରେ ପଡ଼ିଛନ୍ତି। ସରକାର ରାଷ୍ଟ୍ରାୟତ୍ତ ତେଲ କମ୍ପାନିଗୁଡ଼ିକୁ କ୍ଷତିଭରଣା ପାଇଁ ଶିଳ୍ପ ଓ ବାଣିଜ୍ୟିକ ଉଦ୍ଦେଶ୍ୟରେ କମ୍ପାନି ଓ ଅନ୍ୟ ଗ୍ରାହକ କିଣୁଥିବା ଡିଜେଲ ମୂଲ୍ୟରେ ୨୫ ଟଙ୍କା ବଢ଼ାଇ ଦେଇଛନ୍ତି। ୨୦୦୮ ମସିହାରେ ବି ରାଷ୍ଟ୍ରାୟତ୍ତ ତେଲ କମ୍ପାନି ଗୁଡ଼ିକ ଉତ୍ପାଦନ ମୂଲ୍ୟଠାରୁ କମ୍ ଦାମରେ ପେଟ୍ରୋଲ ଓ ଡିଜେଲ ବିକ୍ରି କରୁଥିବାରୁ ସେମାନଙ୍କୁ ସରକାର କ୍ଷତି ଭରଣା ବାବଦରେ ସବ୍ସିଡି ପ୍ରଦାନ କରିଥିଲେ। ଏହାଦ୍ବାରା ଘରୋଇ କମ୍ପାନି ଗୁଡ଼ିକ ସରକାରୀ କମ୍ପାନିଙ୍କ ସହିତ ପ୍ରତିଯୋଗିତ କରି ନପାରି ସଂକଟରେ ପଡ଼ିଥିଲେ। ବର୍ତ୍ତମାନ ମଧ୍ୟ ସେହିଭଳି ସ୍ଥିତି ସୃଷ୍ଟି ହୋଇଛି।