ଜାନୁଆରିରେ ଡିଜେଲ ବଢ଼ିଲାଣି ୧ ଟଙ୍କା ୪୦ ପଇସା

ଭୁବନେଶ୍ବର: ତିନି ଦିନର ବ୍ୟବଧାନ ପରେ ସରକାରୀ ତେଲ କମ୍ପାନି ଗୁଡ଼ିକ ଆଜି ପୁଣି ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରିଛନ୍ତି। ଭୁବନେଶ୍ବରରେ ପେଟ୍ରୋଲ ଦର ଆଜି ଲିଟର ପିଛା ୨୬ ପଇସା ଏବଂ ଡିଜେଲ ଦର ୨୮ ପଇସା ବୃଦ୍ଧି ପାଇ ଯଥାକ୍ରମେ ୮୫ ଟଙ୍କା ୬୨ ପଇସା ଏବଂ ୮୧ ଟଙ୍କା ୮୬ ପଇସା ଛୁଇଁଛି।

ଗତମାସ ୭ ତାରିଖରେ ପେଟ୍ରୋଲ ଓ ଡିଜେଲ ଦର ‌ବଢ଼ିଥିଲା। କିନ୍ତୁ ୨୦୨୧ରେ ପ୍ରଥମ ଥର ପାଇଁ ଗତ ୬ ତାରିଖରେ ଏହି ଦର ବଢ଼ିଥିଲା। ୬ ତାରିଖ ଠାରୁ ଇତି ମଧ୍ୟରେ ୫ ଥର ତେଲ ଦର ବଢ଼ିଛି। ଫଳରେ ଚଳିତମାସରେ ପେଟ୍ରୋଲ ଦର ଲିଟର ପିଛା ୧ ଟଙ୍କା ୨୮ ପଇସା ଏବଂ ଡିଜେଲ ଦର ୧ ଟଙ୍କା ୪୦ ପଇସା ବଢ଼ିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ପାଇଥିବା କାରଣରୁ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବାରେ ଲାଗିଛି। ଏଥିସହିତ କେନ୍ଦ୍ର ଓ ରାଜ୍ୟ ସରକାରମାନେ ମଧ୍ୟ ତେଲ ଉପରେ ବିପୁଳ ଟିକସ ଆଦାୟ କରୁଥିବାରୁ ଦର ରେକର୍ଡ ପରେ ରେକର୍ଡ କରୁଛି।

ସମ୍ବନ୍ଧିତ ଖବର