ଡିଜେଲ୍‌ର ହୋମ୍ ଡେଲିଭରି କରାଯିବ

ନୂଆଦିଲ୍ଲୀ : ଡିଜେଲ୍‌କୁ ଗ୍ରାହକଙ୍କ ଘରେ ଘରେ ପହଞ୍ଚାଇବା ପାଇଁ ତୈଳ କଂପାନିଗୁଡ଼ିକ ବଡ଼ ଧରଣର ଯୋଜନା ଉପରେ କାର୍ଯ୍ୟ କରୁଛନ୍ତି। ଏହି କାମରେ ଷ୍ଟାର୍ଟଅପ୍‌ ସଂସ୍ଥାଗୁଡ଼ିକୁ ନିୟୋଜିତ କରିବା ଲାଗି ଯୋଜନା ପ୍ରସ୍ତୁତ ହୋଇଛି। ହାଇସ୍ପିଡ୍ ଡିଜେଲ୍‌ର ହୋମ୍ ଡେଲିଭରି କରିବା ଲାଗି ଆଗ୍ରହୀ ଥିବା ଷ୍ଟାର୍ଟଅପ୍‌ ସଂସ୍ଥାଗୁଡ଼ିକ ଠାରୁ ଦେଶର ତିନି ପ୍ରମୁଖ ତୈଳ କଂପାନି ଇଣ୍ଡିଆନ ଅଏଲ୍‌, ଭାରତ ପେଟ୍ରୋଲିୟମ୍ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ ବିଡ୍ ଆହ୍ବାନ କରିଛନ୍ତି। ବର୍ତ୍ତମାନ ଦେଶରେ ଫୁଏଲ୍‌ବଡି, ‌ରେପୋସ୍‌ ଏନର୍ଜି, ପେପ୍‌ଫୁଏଲସ୍‌, ମାଇଁପେଟ୍ରୋଲ୍‌ପମ୍ପ୍ ଓ ହମ୍‌ସଫର୍‌ ଭଳି ସଂସ୍ଥା ଡିଜେଲ୍‌ର ହୋମ୍ ଡେଲିଭରି କରୁଛନ୍ତି।

ସମ୍ବନ୍ଧିତ ଖବର