ଭୁବନେଶ୍ବର: ରିଲାଏନ୍ସ ଡିଜିଟାଲ ପକ୍ଷରୁ ‘ଡିଜିଟାଲ ଡିସକାଉଣ୍ଟ ଡେଜ୍’ ନାମ ବଡ଼ ଇଲେକ୍ଟ୍ରୋନିକ୍ସ ସେଲ୍ ଆରମ୍ଭ କରାଯାଇଛି। ଏଥିରେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କ୍ରୟରେ ଗ୍ରାହକମାନଙ୍କ ପାଇଁ ଆକର୍ଷଣୀୟ ଅଫର ରହିଛି। ଏଚଡିଏଫସି ବ୍ୟାଙ୍କ କାର୍ଡରେ ୭.୫ ପ୍ରତିଶତ ପର୍ଯ୍ୟନ୍ତ ତୁରନ୍ତ ରିହାତି, ୧୦୦୦ ଟଙ୍କା ମୂଲ୍ୟର ଡିସକାଉଣ୍ଟ କୁପନ ଓ ଅନ୍ୟାନ୍ୟ ସୁବିଧା ଅଛି। ରିଲାଏନ୍ସ ଡିଜିଟାଲ କିମ୍ବା ମାଇଁ ଜିଓ ଷ୍ଟୋରରେ ଉକ୍ତ ଅଫର ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ହେବ। ଗ୍ରାହକମାନେ ନୂଆ ନୂଆ ପ୍ରଯୁକ୍ତିରେ ନିର୍ମିତ ବ୍ୟାପକ ବର୍ଗର ଇଲେକ୍ଟ୍ରୋନିକ୍ସ ଉତ୍ପାଦ ଏହି ସମୟରେ କିଣିବା ସହିତ ତୁରନ୍ତ ଡେଲିଭରି ଓ ଇନଷ୍ଟଲେସନ୍ ସୁବିଧା ଆଦି ପାଇବେ। ଟିଭି, ସ୍ମାର୍ଟଫୋନ, ଲାପଟପ୍, ରେଫ୍ରିଜରେଟର, ଅଡିଓ ଡିଭାଇସ, କ୍ଷୁଦ୍ର ଘରୋଇ ଉପକରଣ ଆଦି ସାମଗ୍ରୀ ଉପରେ ଏହି ସୁବିଧା ରହିଛି।
ରିଲାଏନ୍ସ ଡିଜିଟାଲରେ ଡିଜିଟାଲ୍ ଡିସ୍କାଉଣ୍ଟ୍ ସେଲ୍
/sambad/media/post_attachments/wp-content/uploads/2022/01/reliance-digital.jpg)