‘ସେନ୍‌କୋ ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡ୍‌ସ’ର ଡିଜିଟାଲ୍ ସୁନା

ଭୁବନେଶ୍ବର : ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ଡିଜିଟାଲ୍ ସୁନା କାରବାରରେ ପ୍ରବେଶ କରିଛି। ଡିଜିଟାଲ୍‌ ସୁନା କାରବାର ପାଇଁ ଏହା mydigigold.com ନାମରେ ଏକ ନୂଆ ପ୍ଲାଟଫର୍ମର ଶୁଭାରମ୍ଭ କରିଛି। ଗ୍ରାହକମାନେ ଏହି ପୋର୍ଟାଲ୍ ଜରିଆରେ ୨୫୦ ଟଙ୍କା ଭଳି କମ୍ ମୂଲ୍ୟରେ ଡିଜିଟାଲ୍ ସୁନା କିଣିବାର ସୁଯୋଗ ପାଇବେ। ଏହା ଜରିଆରେ ସେମାନେ ୨୪ କ୍ୟାରେଟ୍ ସୁନାରେ ନିବେଶ କରିପାରିବେ। ପାନ୍‌ କାର୍ଡ/ଫର୍ମ-୧୬ ଓ ବ୍ୟାଙ୍କ ଖାତା ଥିବା ଗ୍ରାହକମାନେ ଡିଜିଟାଲ୍ ସୁନା କିଣିପାରିବେ। ଗ୍ରାହକମାନେ ‌ଯେକୌଣସି ସମୟରେ ଚାହିଲେ ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସର ସାରା ଦେଶରେ ଥିବା ୧୧୬ରୁ ଅଧିକ ଷ୍ଟୋର୍‌ ଜରିଆରେ ଡିଜିଟାଲ୍ ସୁନାକୁ ବଦଳାଇ ପ୍ରତ୍ୟକ୍ଷ ସୁନା ନେଇପାରିବେ। ଆମ ଗ୍ରାହକମାନଙ୍କ ଲାଗି ଅନଲାଇନ୍ ସୁନା କାରବାର ସୁବିଧା ଆରମ୍ଭ କରି ଆମେ ବେଶ ଗର୍ବିତ ମନେ କରୁଛୁ ବୋଲି କଂପାନିର ସିଇଓ ଶୁଭଙ୍କର ସେନ୍ କହିଛନ୍ତି। ଡିଜିଟାଲ୍‌ ସୁନା ପାଇଁ ୧୦୦ ପ୍ରତିଶତ ବୀମା ସୁରକ୍ଷା ପ୍ରଦାନ କରାଯିବ ଏବଂ ତାହାକୁ ଏକ ସ୍ବୀକୃତିପ୍ରାପ୍ତ ଟ୍ରଷ୍ଟି ପରିଚାଳନା କରିବେ।

ସମ୍ବନ୍ଧିତ ଖବର