ରିଲାଏନ୍ସ ଡିଜିଟାଲ୍‌ର ଡିଜିଟାଲ୍ ଇଣ୍ଡିଆ ସେଲ୍‌

ଭୁବନେଶ୍ବର: ରିଲାଏନ୍ସ ଡିଜିଟାଲ୍ ପକ୍ଷରୁ ଆକର୍ଷଣୀୟ ଅଫର ସହ ଡିଜିଟାଲ୍ ଇଣ୍ଡିଆ ସେଲ୍ ବି‌ଷୟରେ ଘୋଷଣା କରାଯାଇଛି। ଏହା ହେଉଛି ଦେଶର ସର୍ବବୃହତ ଇଲେକ୍ଟ୍ରୋନିକ୍ସ ସେଲ୍ ଯାହା ଅଗଷ୍ଟ ୧୬ ପର୍ଯ୍ୟନ୍ତ ଜାରି ରହିବ। ଗ୍ରାହକମାନେ ଅଗ୍ରଣୀ କ୍ରେଡିଟ୍ କାର୍ଡରେ କିଣାକିଣି କଲେ ତୁରନ୍ତ ୧୦ ପ୍ରତିଶତ ରିହାତି ପାଇବେ। ଏଥି ସହିତ ତୁରନ୍ତ ରିହାତି ଭାଉଚର ମିଳିବ ଯାହାକୁ ପରବର୍ତ୍ତୀ କିଣାକିଣି ବେଳେ ରିଡିମ୍ କରିହେବ। ଗ୍ରାହକମାନେ ଲାପ୍‌ଟପ୍‌, ଟିଭି, ଫୋନ୍, କିଚେନ୍ ଆପ୍ଲାଏନ୍‌ସେସ୍‌ ଓ ଗୃହ ଉପକରଣ ଆଦି କିଣିପାରିବେ। ରିଲାଏନ୍ସ ଡିଜିଟାଲ, ମାଇଁ ଜିଓ ଷ୍ଟାର ଓ ରିଲାଏନ୍ସ ଡିଜିଟାଲ୍ ୱେବସାଇଟ୍‌ରେ ଏହି ଅଫର ଉପଲବ୍ଧ ରହିବ। ଗ୍ରାହକମାନେ ସହଜ ଫାଇନାନ୍ସ ବିକଳ୍ପ ମଧ୍ୟ ପାଇପାରିବେ। ଡିଜିଟାଲ୍ ଇଣ୍ଡିଆ ସେଲ୍‌ରେ ୬୫ ଇଞ୍ଚ୍‌ର ୟୁଏଚ୍‌ଡି ଆଣ୍ଡ୍ରଏଡ୍ ଟିଭି ୪୯,୯୯୦ ଟଙ୍କା ଓ ୪୩ ଇଞ୍ଚ୍‌ର ଟିଭି ୧୯,୯୯୦ ଠଙ୍କାରେ ଉପଲବ୍ଧ ହୋଇଛି। ଦ୍ବିତୀୟ ପିଢ଼ିର ଆପଲ୍‌ ଏୟାରପଡ୍‌ ୮୪୯୦ ଟଙ୍କା‌ରେ ମିଳୁଛି।

ଏଚ୍‌ପି ସ୍ମାର୍ଟ ସିମ୍ ଲାପ୍‌ଟପ୍‌ର ଦାମ୍ ୪୩,୯୯୯ ଟଙ୍କା ରହିଛି ଓ ତାହା ୧୨୯୫ ଟଙ୍କାର ଇଏମ୍‌ଆଇରେ ଉପଲବ୍ଧ ହୋଇଛି। ଆସସ୍‌ର ଗେମିଂ ଲାପ୍‌ଟପ୍‌ ୫୫,୯୯୦ ଟଙ୍କାରେ ମିଳୁଛି। ନୂଆ ଆଇଫୋନ୍‌ ୧୩ ୬୫,୫୦୦ ଟଙ୍କାରେ, ଆଇଫୋନ୍ ୧୨ ୫୩,୩୦୦ ଟଙ୍କାରେ ଉପଲବ୍ଧ ହୋଇଛି। ସାମସଙ୍ଗ୍‌ର ଡିସ୍‌ୱାସର୍‌ ୨୯,୯୯୦ ଟଙ୍କାରେ କିଣି ତାହା ସହିତ ଗ୍ରାହକମାନେ ଫିଲିପ୍ସ ଗାର୍ମେଣ୍ଟ୍‌ ଷ୍ଟିମର ମାଗଣାରେ ପାଇପାରିବେ। ରେଫ୍ରିଜରେଟର, ଫ୍ରଣ୍ଟ୍‌ ଲୋଡିଂ ୱାସିଂ ମେସିନ୍ ଓ ଏୟାର କଣ୍ଡିସନର ଆଦି ଉପରେ ଆକର୍ଷଣୀୟ ଅଫର ରହିଛି। ଏହି ସେଲ୍‌ରେ ଗ୍ରାହକମାନେ କିଣାକିଣି ଉପରେ ଆକର୍ଷଣୀୟ ଉପହାର ପାଇବେ ଏବଂ ଭାଗ୍ୟଶାଳୀ ବିଜେତାମାନେ କାର୍, ବାଇକ୍, ଟିଭି ଓ ଫୋନ୍‌ ଜିତିପାରିବେ।

ସମ୍ବନ୍ଧିତ ଖବର