ଡିଜିଟାଲ୍‌ ପ୍ଲାଟଫର୍ମରେ ୩୦ ସେକେଣ୍ଡ୍‌ରେ ମିଳିବ ୫୦ ହଜାର ଟଙ୍କାର ଋଣ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ଡିଜିଟାଲ୍‌ ପ୍ଲାଟଫର୍ମରେ ୩୦ ସେକେଣ୍ଡ୍‌ରେ ୫୦ ହଜାର ଟଙ୍କାର ଋଣ ମିଳିଯାଉଛି ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ତରଫରୁ ଆୟୋଜନ କରାଯାଇଥିବା ଋଣ ମେଳାକୁ ଉଦ୍‌ଘାଟନ କରି‌ ସେ କହିଛନ୍ତି, ତିନି ମାସରୁ ଅଧିକ ସମୟ ସକ୍ରିୟ ଥିବା ବ୍ୟାଙ୍କ ଖାତା, ଆଧାର ଓ ‌ଟେଲିଫୋନ୍ ଠିକଣା ଥିବା ଗ୍ରାହକମାନେ ୩୦ ‌ସେକେଣ୍ଡ୍‌ରେ ୫୦ ହଜାର ଟଙ୍କାର ଋଣ ପାଉଛନ୍ତି। ରାଜ୍ୟରେ ବ୍ୟାଙ୍କ ଶାଖା ସଂଖ୍ୟା କମ୍ ଥିବାରୁ ସେ ଉଦବେଗ ପ୍ରକାଶ କରିଛନ୍ତି। ଅଧିକ ଶାଖା ଖୋଲିବାକୁ ସେ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦେଇଛନ୍ତି।

ଆଜିର ଋଣ ମେଳାରେ ୨୬୦୪ ଜଣ ଗ୍ରାହକଙ୍କୁ ୧୬୬.୧୧ କୋଟି ଟଙ୍କାର ଋଣ ବଣ୍ଟନ କରାଯାଇଛି। ଏସ୍‌ଏଚ୍‌ଜି, ଶିକ୍ଷା, ଗାଡ଼ି ଓ ଘର ତିଆରି ଲାଗି ଏହି ଋଣ ଦିଆଯାଇଛି। ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି, ବ୍ୟାଙ୍କଗୁଡ଼ିକ ଓଡ଼ିଶାରେ ୨ ଲକ୍ଷ କୋଟି ଟଙ୍କା ଋଣ ବାବଦରେ ପ୍ରଦାନ କରିଥିବା ବେଳେ ସେଥି ମଧ୍ୟରୁ ୩୬ ହଜାର କୋଟି ଟଙ୍କା ଏସ୍‌ଏଚ୍‌ଜିଗୁଡ଼ିକୁ ଦିଆଯାଇଛି ଏବଂ ସେମା‌େନ ଠିକ୍ ସମୟରେ ଋଣ ପରିଶୋଧ କରିଛନ୍ତି। ସେମାନଙ୍କୁ ଅଧିକ ଆର୍ଥିକ ସହାୟତା ଦେବାକୁ ବ୍ୟାଙ୍କଗୁଡ଼ିକୁ ସେ ପରାମର୍ଶ ଦେଇଛନ୍ତି। ଗୃହ ନିର୍ମାଣ କ୍ଷେତ୍ରକୁ ମଧ୍ୟ ଅଧିକ ଋଣ ଦେବାକୁ ସେ କହିଛନ୍ତି।

ସମ୍ବନ୍ଧିତ ଖବର