ଡିଜିଟାଲ୍‌ ବିପ୍ଳବକୁ ନେଇ ମୁକେଶ ଆଶାବାଦୀ

ନୂଆଦିଲ୍ଲୀ: ଡିଜିଟାଲ୍ ବିପ୍ଳବକୁ ନେଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନି ବେଶ ଆଶାବାଦୀ ଅଛନ୍ତି। ପ୍ରଥମ ରିପବ୍ଲିକ୍ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ସେ କହିଛନ୍ତି, ଆର୍ଥିକ ସେବା, ବାଣିଜ୍ୟ, ମାନୁଫାକ୍‌ଚରିଂ, କୃଷି, କଳା ଓ କାରିଗରି, ଶିକ୍ଷା ଓ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଡିଜିଟାଲ୍ ପ୍ରଯୁକ୍ତି ଉପଯୋଗର ବିଶେଷ ସୁଯୋଗ ରହିଛି। ଏହା ଦ୍ବାରା ଏହି କ୍ଷେତ୍ରଗୁଡ଼ିକ ବିଶେଷ ଭାବେ ଲାଭବାନ ହୋଇପାରିବ ଓ ଭାରତ ଡିଜିଟାଲ୍ ବିପ୍ଳବରେ ଅନ୍ୟମାନଙ୍କଠାରୁ ଆ‌ଗରେ ରହିବ।

ସମ୍ବନ୍ଧିତ ଖବର