ଦୀପକ କୋଚ୍ଚରଙ୍କୁ ସମନ

ନୂଆଦିଲ୍ଲୀ: ଭିଡିଓକନ୍‌କୁ ଆଇସିଆଇସିଆଇ ବ୍ୟାଙ୍କର ଋଣ ପ୍ରଦାନରେ ହୋଇଥିବା ଅନିୟମିତତା ମାମଲାରେ ବ୍ୟାଙ୍କର ସିଇଓ ଚନ୍ଦା କୋଚ୍ଚରଙ୍କ ସ୍ୱାମୀ ଦୀପକ କୋଚ୍ଚରଙ୍କୁ କମ୍ପାନି ବ୍ୟାପାର ମନ୍ତ୍ରାଳୟ ସମନ୍‌ କରିଛି। ଦୀପକଙ୍କୁ କମ୍ପାନି ବ୍ୟାପାର ମନ୍ତ୍ରାଳୟ ଚଳିତମାସରେ ପଚରାଉଚରା କରିବ। ଦୀପକ ହେଉଛନ୍ତି ନ୍ୟୁପାଓ୍ଵାର ଗ୍ରୁପ୍‌ର ପ୍ରତିଷ୍ଠାତା ତଥା ସିଇଓ। ଭିଡିଓକନ୍‌ ଗ୍ରୁପ୍‌କୁ ଆଇସିଆଇସିଆଇ ବ୍ୟାଙ୍କ ଋଣ ମଞ୍ଜୁର କରିବା ପରେ ଚନ୍ଦା କୋଚ୍ଚରଙ୍କ ପରିବାର ବେଆଇନ ଭାବେ ଲାଭବାନ ହୋଇଛି ବୋଲି ଅଭିଯୋଗ ରହିଛି।

ସମ୍ବନ୍ଧିତ ଖବର