ଭୁବନେଶ୍ବର: ଓଡ଼ିଶାର ଉପକୂଳବର୍ତୀ ଜିଲ୍ଲାଗୁଡ଼ିକ ନିୟମିତ ବ୍ୟବଧାନରେ ବନ୍ୟା ଓ ବାତ୍ୟା ଭଳି ବିପର୍ଯ୍ୟୟ ସାମ୍ନା କରୁଛନ୍ତି। ଏହି ସବୁ ଅଞ୍ଚଳରେ ଦୀର୍ଘସ୍ଥାୟୀ ସମାଧାନ ପାଇଁ ବିପର୍ଯ୍ୟୟ ପ୍ରତିରୋଧୀ ଗୃହ ନିର୍ମାଣ କରାଯିବାର ଆବଶ୍ୟକତା ରହିଛି ବୋଲି ଉନ୍ନୟନ କମିସନ ତଥା ସ୍ବତନ୍ତ୍ର ରିଲିଫ୍ କମିସନର ପି କେ ଜେନା କହିଛନ୍ତି। ଆଇସିସି ଓଡ଼ିଶା ପକ୍ଷରୁ ଆୟୋଜନ କରାଯାଇଥିବା ଏକ ୱେବିନାରରେ ଅଂଶଗ୍ରହଣ କରି ସେ କହିଛନ୍ତି କେବଳ କେବଳ ବନ୍ୟା ଓ ବାତ୍ୟା ନୁହେଁ ଅଗ୍ନିକାଣ୍ଡ ଏବଂ ବଜ୍ରପାତକୁ ମଧ୍ୟ ବିପର୍ଯ୍ୟୟ ଭାବେ ବିଚାର କରାଯାଉଛି। ତେଣୁ ଘର ତିଆରି କରିବା ବେଳେ ସୌନ୍ଦଯ୍ୟକରଣରେ ଅଧିକ ବ୍ୟୟ ନକରି ବିପର୍ଯ୍ୟୟ ପ୍ରତିରୋଧୀ ବ୍ୟବସ୍ଥା ପ୍ରତି ଅଧିକ ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଛନ୍ତି।
ରାଜ୍ୟର ବିପର୍ଯ୍ୟୟ ପ୍ରଭାବିତ ସବୁ ବ୍ଲକ୍ରେ 'ଗୃହ ସହାୟତା ସେବା ହବ୍' ସ୍ଥାପନ କରିବାର ଆବଶ୍ୟକତା ରହିଥିବା ସେ କହିଛନ୍ତି। ଏହି ଅବସରରେ ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ ମିନା କହିଛନ୍ତି ଯେ ଗୃହ ନିର୍ମାଣ ସମୟରେ ବିପର୍ଯ୍ୟୟ ପ୍ରତିରୋଧୀ ବ୍ୟବସ୍ଥା ସହିତ ଶୌଚାଳୟ ଓ ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା କରିବା ପାଇଁ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ନିମନ୍ତେ ଏକ ଆନ୍ଦୋଳନର ଆବଶ୍ୟକତା ରହିଛି। ବିପର୍ଯ୍ୟୟ ପ୍ରତିରୋଧୀ ଗୃହ ନିର୍ମାଣ ଲାଗି ସୁଧ ରିହାତି ସୁବିଧା ପ୍ରଦାନ କରି ସରକାର ଏଦିଗରେ ପ୍ରମୁଖ ଭୂମିକା ନିର୍ବାହ କରିପାରିବେ ବୋଲି ସେ କହିଛନ୍ତି। ଆଇସିସି ଓଡ଼ିଶାର ସିଏସ୍ଆର୍ ଆଣ୍ଡ୍ ସଷ୍ଟେନେବିଲିିଟି କମିଟିର ସଂଯୋଜକ ଜଗଦାନନ୍ଦ କହିଛନ୍ତି ଯେ ମାଟି ଘରକୁ ପକ୍କା ଘରରେ ପରିଣତ କରିବା ଲାଗି ଏକ ଦୃଢ଼ ଅଭିଯାନ ଦରକାର। ବିପର୍ଯ୍ୟୟ ପ୍ରତିରୋଧୀ ଗୃହ ନିର୍ମାଣ ଅଭିଯାନରେ ଯୋଡ଼ି ହେବା ଲାଗି ଆଇସିସି ଓଡ଼ିଶାର ଅଧ୍ୟକ୍ଷ ଜେ ବି ପାଣି କର୍ପୋରେଟ୍ ସଂସ୍ଥା ଓ ଶିଳ୍ପ ସଂସ୍ଥାଗୁଡ଼ିକୁ ଆହ୍ବାନ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/54gdj954gd56j456dgjjjjjjjjjjjjjjjjjjjjjjjjjjjjjjj.jpg)