ଯଦି ଆପଣ ଜଣେ ବିଦ୍ୟାର୍ଥୀ ଓ ରେଲୱେ ଟିକେଟ୍ କରିବା ସମୟରେ ଟିକେଟ୍ର ପୁରା ଟଙ୍କା ଦେଉଛନ୍ତି, ତେବେ ଜାଣି ରଖନ୍ତୁ ରେଳବାଇ ଛାତ୍ରଛାତ୍ରୀଙ୍କୁ ଟିକେଟ୍ ଉପରେ ରିହାତି ଦେଇଥାଏ। ଟ୍ରେନ୍ରେ ଯାତ୍ରା ସମୟରେ ଆପଣ ରେଳବାଇର ରିହାତି ସୁବିଧାର ଫାଇଦା ଉଠାଇପାରିବେ ଓ ନିଜ ଟିକେଟ୍ରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଟଙ୍କା ଫେରି ପାଇ ପାରିବେ।
ତେବେ ଆସନ୍ତୁ ଜାଣନ୍ତୁ କେମିତି ବିଦ୍ୟାର୍ଥୀ ରେଲୱେ ଟିକେଟ୍ରେ ଫାଇଦା ଉଠାଇପାରିବେ
ଛାତ୍ରଛାତ୍ରୀଙ୍କ ପାଇଁ ରେଳବାଇ ବହୁତ ଭଲ ରିହାତି ଉପସ୍ଥାପନ କରିଛି । ଏହା ଅନୁସାରେ, ଭାରତୀୟ ରେଳବାଇ ଜେନେରାଲ କ୍ୟାଟେଗୋରୀର ଛାତ୍ରଙ୍କୁ ତାଙ୍କ ଘରକୁ ଯିବା ସମୟରେ ୫୦ପ୍ରତିଶତ ଏବଂ ଏସି/ଏସଟି କ୍ୟାଟେଗୋରୀର ଛାତ୍ରଛାତ୍ରୀଙ୍କୁ ୭୫ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦେଇଥାଏ। ଛାତ୍ରଛାତ୍ରୀ କେବଳ ଏହି ରିହାତି ସେକେଣ୍ଡେ ଓ ସ୍ଲିପର୍ କ୍ଲାସ୍ ସିଟ୍ରେ ପାଇପାରିବେ।
ଗ୍ରାମାଞ୍ଚଳର ସରକାରୀ ସ୍କୁଲର ଛାତ୍ରଛାତ୍ରୀ ବର୍ଷକୁ ଥରେ ଷ୍ଟଡି ଟୁର୍ରେ ୭୫ପ୍ରତିଶତ ରିହାତି ନେଇପାରିବେ । ଯଦି କୈାଣସି ସରକାରୀ ସ୍କୁଲର ଛାତ୍ର ଜାତୀୟ ସ୍ତରର ମେଡିକାଲ, ଇଂଜିନିୟରିଂ ଓ ଅନ୍ୟାନ୍ୟ ପରୀକ୍ଷା ଦେବା ପାଇଁ ଯାଉଛନ୍ତି, ସେତେବେଳେ ବି ତାଙ୍କୁ ଭାରତୀୟ ୭୫ପ୍ରତିଶତ ରିହାତ ଦେଇଥାଏ। ସେହିପରି ରିସର୍ଚ୍ଚ କରୁଥିବା ସ୍କଲାରଙ୍କୁ ବି ଏହି ସୁବିଧା ମିଳିଥାଏ । ୩୫ ବର୍ଷ ପର୍ଯ୍ୟନ୍ତ ରିସର୍ଚ୍ଚ ସ୍କଲାର ନିଜ ରିସର୍ଚ୍ଚ ପାଇଁ ଯଦି ଟ୍ରେନ୍ରେ କୁଆଡେ ଯାଉଛନ୍ତି, ତେବେ ସ୍ଲିପର କ୍ଲାସ ଟିକେଟ୍ରେ ୫୦ ପ୍ରତିଶତ ରିହାତ ପାଇପାରିବେ ।