ନୂଆଦିଲ୍ଲୀ: କେନ୍ଦ୍ର ସରକାର ୨ ଓ ୩ ଚକିଆ ବିଦ୍ୟୁତ୍ ଉପରେ ରିହାତି ଅବଧିକୁ ଆଉ ୨ ମାସ ବୃଦ୍ଧି କରିଛନ୍ତି। ଇଲେକ୍ଟ୍ରିକ ମୋବିଲିଟି ପ୍ରୋତ୍ସାହନ ଯୋଜନା ୨୦୨୪ ଅଧୀନରେ ଏହି ସୁବିଧା ମିଳୁଛି। ଉକ୍ତ ଯୋଜନାକୁ ଆସନ୍ତା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଢ଼ାଯାଇଛି ବୋଲି ଭାରି ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ମନ୍ତ୍ରାଳୟ ପକ୍ଷରୁ ଶୁକ୍ରବାର ଜାରି ବିବୃତିରେ କୁହାଯାଇଛି ଯେ ଏହି ଯୋଜନା ବାବଦରେ ମୋଟ ବ୍ୟୟ ୭୭୮ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଇଲେକ୍ଟ୍ରିକ ମୋବିଲିଟି ପ୍ରୋତ୍ସାହନ ଯୋଜନା ୨୦୨୪କୁ ପ୍ରଥମେ ମନ୍ତ୍ରାଳୟ ପକ୍ଷରୁ ୨୦୨୪ ମାର୍ଚ୍ଚ ୧୩ରେ ଆରମ୍ଭ କରାଯାଇଥିଲା। ଦେଶରେ ବିଦ୍ୟୁତ ଯାନ ବ୍ୟବହାର ବୃଦ୍ଧି ଏହାର ଲକ୍ଷ୍ୟ ରହିଥିଲା। ପ୍ରଥମେ ଏହି ଯୋଜନା ଏପ୍ରିଲ ପହିଲାରୁ ଜୁଲାଇ ୩୧ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯିବାକୁ ଯୋଜନା ହୋଇଥିଲା। ଏଥିପାଇଁ ୫୦୦ କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲା। କିନ୍ତୁ ବର୍ତ୍ତମାନ ଏହାକୁ ଆଉ ଦୁଇମାସ ବଢ଼ାଯାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp