ନୂଆଦିଲ୍ଲୀ: କରୋନା ମହାମାରୀର ପ୍ରାରମ୍ଭରୁ ହିଁ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦିଆଯାଇ ଆସୁଛି। କିନ୍ତୁ ଆଇଆଇଟି (ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟି ଅଫ୍ ଟେକ୍ନୋଲେଜି), ଦିଲ୍ଲୀର ଏକ ଷ୍ଟାର୍ଟଅପ୍ ଏପରି ଏକ ଏୟାର୍ ପ୍ୟୁରିଫାୟର୍ (ବାୟୁ ବିଶୋଧନକାରୀ) ବନାଇଛି ଯାହାକୁ ପିନ୍ଧାଯାଇ ପାରିବ। ବୈଜ୍ଞାନିକଙ୍କ ଅନୁସାରେ ଏହା ଦୁନିଆର ସବୁଡୁ ଛୋଟ ପିନ୍ଧିବାଯୋଗ୍ୟ ବାୟୁ ବିଶୋଧନକାରୀ ଓ ଏହା ଏନ୍-୯୫ ମାସ୍କ ପରି ଉପଯୋଗୀ ଅଟେ।

Advertisment

ଆଇଆଇଟି ଦିଲ୍ଲୀର ଷ୍ଟାର୍ଟଅପ୍ ନାନୋକ୍ଲିନ୍ ଗ୍ଲୋବାଲ୍ ନାସୋ-୯୫ ନାମରେ ଏହି ପିନ୍ଧିବାଯୋଗ୍ୟ ବାୟୁ ବିଶୋଧନକାରୀକୁ ଲଞ୍ଚ୍ କରିଛି। ଏହାକୁ ସିଧା ନାକରେ ଲଗାଯାଇ ପାରିବ। ଏହାଦ୍ଵାରା ନିଃଶ୍ଵାସ ନେବା ସମୟରେ ଧୂଳି, ଭାଇରସ ଓ ବ୍ୟାକ୍ଟେରିଆ ଆମ ଶରୀର ମଧ୍ୟକୁ ପ୍ରବେଶ କରିପାରିବ ନାହିଁ।

publive-image

ନାସୋ-୯୫ ଚାରିଟି ଅଲଗା ଅଲଗା ମାପରେ ଉପଲବ୍ଧ। ବୟସ୍କଙ୍କ ସହ ଏହାକୁ ଛୋଟ ପିଲାମାନେ ମଧ୍ୟ ବ୍ୟବହାର କରିପାରିବେ। କମ୍ପାନୀ ଅନୁସାରେ ଏହା ସାଧାରଣ ମାସ୍କ ତୁଳନାରେ ଉନ୍ନତମାନର ସୁରକ୍ଷା ପ୍ରଦାନ କରିବ କାରଣ ମାସ୍କ ଢିଲା ହୋଇଯାଇଥାଏ। ନାସୋ-୯୫କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପରୀକ୍ଷା କରାଯାଇଛି।

ସୂଚନା ଅନୁସାରେ ଭାରତ ସରକାରଙ୍କ ଟେକ୍ନୋଲୋଜି ବିକାଶ ବୋର୍ଡର ସଚିବ ରାଜେଶ କୁମାର ପାଠକ କହିଛନ୍ତି, ନାସୋ-୯୫ ବ୍ୟବହାର କରିବା ପାଇଁ ବହୁତ ସରଳ ଓ ଆରାମଦାୟକ। ଏହା ସମସ୍ତ ବୟସ ବର୍ଗର ଲୋକମାନଙ୍କ ପାଇଁ ଲାଭଜନକ ପ୍ରମାଣିତ ହେବ। ସରକାର ଏହି ଉତ୍ପାଦକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଷ୍ଟାର୍ଟଅପର ସମସ୍ତ ପ୍ରକାର ସହଯୋଗ କରିବେ।