ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ ଅଫ୍‌ ଇଣ୍ଡିଆ‌ ପକ୍ଷରୁ ବଜେଟ୍ ପରବର୍ତ୍ତୀ ଆଲୋଚନା

ଭୁବନେଶ୍ବର: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଥିବା ୨୦୨୦-୨୧ର କେନ୍ଦ୍ର ବଜେଟ୍‌କୁ ନେଇ ବିଭିନ୍ନ ସ୍ଥାନରେ ବଜେଟ୍ ପରବର୍ତ୍ତୀ ଆଲୋଚନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ୱାର୍ଲଡ୍ ଟ୍ରେଡ୍‌ ସେଣ୍ଟର୍‌ ଭୁବନେଶ୍ବର ଓ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ ଅଫ୍‌ ଇଣ୍ଡିଆ (ଆଇସିଏଆଇ) ପକ୍ଷରୁ ଦୁଇଟି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଆଇସିଏଆଇ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଭୁବନେଶ୍ବର ଶାଖାର ଅଧ୍ୟକ୍ଷ ସୁଜ୍ଞାନ କୁମାର ସାହୁ ଓ ସମ୍ପାଦକ ବିଶ୍ବରଞ୍ଜନ ସୁତାର ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅଧିବେଶନର ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ର ବଜେଟ୍‌ର ପ୍ରଭାବ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇସିଏଆଇ ଭୁବନେଶ୍ବର ଶାଖାର ପୂର୍ବତନ ଅଧ୍ୟକ୍ଷ ଅରୁଣ କୁମାର ସାବତ, ଲେଖକ ଗିରିଶ ଆହୁଜା, କୋଲକାତାର ଅଭିଶେଷ ତିବ୍ରେୱାଲ୍‌, ଭୁବନେଶ୍ବର ଶାଖାର ଉପାଧ୍ୟକ୍ଷ ବିଭୁ ପ୍ରସାଦ ମହାପାତ୍ର, କୋଷାଧ୍ୟକ୍ଷ ରଞ୍ଜନ କୁମାର ପୃଷ୍ଟି, ଏମ୍‌ସି ସଦସ୍ୟା ଜାହ୍ନବୀ ଦେଓ, ପ୍ରଦୀପ କୁମାର ସାହୁ ଓ ଗୌତମ ଲେଙ୍କା ଉପସ୍ଥିତ ଥିଲେ। ସେହିପରି, ୱାର୍ଲଡ୍‌ ଟ୍ରେଡ୍‌ ସେଣ୍ଟର୍‌ ଭୁବନେଶ୍ବର ସହଯୋଗରେ ଏକ୍ସଆଇଏମ୍‌ବି ପକ୍ଷରୁ ମଧ୍ୟ ଏକ ବଜେଟ୍ ପରବର୍ତ୍ତୀ ଆଲୋଚନାଚକ୍ର ଆୟୋଜନ କରାଯାଇଥିଲା। ଏହି ଅବସରରେ ଡବ୍ଲୁଟିସି ଭୁବନେଶ୍ବରର ନିମେଷିକା ନଟରାଜନ, କିଟ୍‌ ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟ୍‌ର ଡିନ୍‌ ପ୍ରଫେସର ସତ୍ୟ ରଞ୍ଜନ ମିଶ୍ର, ଟି କେ ଅଗ୍ରୱାଲ୍ ଆଣ୍ଡ୍‌ କୋ’ର ପାର୍ଟନର୍‌ ତରୁଣ କୁମାର ଅଗ୍ରୱାଲ୍, ଏକ୍ସଆଇଏମ୍‌ବିର ପ୍ରଫେସର ବି ଏସ୍‌ ମିଶ୍ର, ଏ କେ ସାବତ ଆଣ୍ଡ୍‌ କୋ’ର ପ୍ରତିଷ୍ଠାତା ପାର୍ଟନର୍‌ ଏ କେ ସାବତ ଉପସ୍ଥିତ ରହି ବଜେଟ୍‌ର ବିଭିନ୍ନ ଦିଗକୁ ବିଶ୍ଲେଷଣ କରିଥିଲେ।

ସମ୍ବନ୍ଧିତ ଖବର