କଂପାନି ସେକ୍ରେଟାରିଙ୍କ ସହ ‘ଆଇବିବିଆଇ’ ଅଧ୍ୟକ୍ଷଙ୍କ ଆଲୋଚନା

ଭୁବନେଶ୍ୱର,:  ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କଂପାନି ସେକେଟାରିଜ୍‌ ଅଫ୍‌ ଇଣ୍ଡିଆ (ଆଇସିଏସ୍‌ଆଇ) ଓଡ଼ିଶା ଚାପ୍ଟର ପକ୍ଷରୁ ଇନ୍‌ସଲ୍‌ଭେନ୍‌ସି ଆଣ୍ଡ ବ୍ୟାଙ୍କରପ୍‌ସି ବୋର୍ଡ ଅଫ୍‌ ଇଣ୍ଡିଆ (ଆଇବିବିଆଇ) ଅଧ୍ୟକ୍ଷ ଡକ୍ଟର ଏମ୍‌ ଏସ୍‌ ସାହୁଙ୍କୁ ନେଇ ଏକ ଆଲୋଚନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ସେ କଂପାନି ସେକ୍ରେଟାରି (ସିଏସ୍‌) ମାନଙ୍କ ସହିତ ବ୍ୟାଙ୍କରପ୍‌ସି କୋଡ୍‌କୁ ନେଇ ଆଲୋଚନା କରିଛନ୍ତି। ବର୍ତ୍ତମାନ ସୁଦ୍ଧା ବୋର୍ଡ ଯେଉଁ ସବୁ କାମ ହାତକୁ ନେଇ ସେ ବିଷୟରେ ଶ୍ରୀ ସାହୁ ସୂଚନା ପ୍ରଦାନ କରିଛନ୍ତି। କେଉଁମାନେ ଇନ୍‌ସଲ୍‌ଭେନ୍ସି ଏବଂ ବ୍ୟାଙ୍କରପ୍‌ସି କୋଡ୍‌ର ସୁବିଧା ପାଇବାକୁ ଯୋଗ୍ୟ ସେ ବିଷୟରେ ସେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି। ଅନେକ ପ୍ରଫେସନାଲ୍‌ ବ୍ୟାଙ୍କରପ୍‌ସି କୋଡ୍‌କୁ ନେଇ କାମ କରୁଛନ୍ତି ବୋଲି ସେ ସୂଚନା ପ୍ରଦାନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଥିବା କଂପାନି ସେକ୍ରେଟାରିମାନେ ଶ୍ରୀ ସାହୁଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ସେ କହିଛନ୍ତି ଯେ କଂପାନି ସେକ୍ରେଟାରିମାନେ ମଧ୍ୟ ଇନ୍‌ସଲ୍‌ଭେନ୍ସି ପ୍ରଫେସନାଲ୍‌ ଭାବେ କାମ କରିପାରିବେ। ଆଇବିବିଆଇ ପକ୍ଷରୁ ଏଭଳି ପ୍ରଫେସନାଲ୍‌ଙ୍କ ଦକ୍ଷତା ବୃଦ୍ଧି କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଅନାଦେୟ ଋଣ ମାମଲାଗୁଡ଼ିକର ସମାଧାନ କରିବା ଦିଗରେ ଆଇବିବିଆଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ବୋଲି ସେ କହିଛନ୍ତି। ଏହି ଅବସରରେ ଆଇସିଏସ୍‌ଆଇ ଓଡ଼ିଶା ଚାପ୍ଟରର କର୍ମକର୍ତ୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର