ଆୟକର ପୋର୍ଟାଲ୍ ସମସ୍ୟା ନେଇ ଇନ୍‌ଫୋସିସ୍ ସହ ଆଲୋଚନା ୨୨ରେ

ଭୁବନେଶ୍ବର: ଆୟକର ବିଭାଗର ନୂଆ ଇ-ଫାଇଲିଂ ପୋର୍ଟାଲ୍‌ରେ ଦେଖାଦେଉଥିବା ବୈଷୟିକ ତ୍ରୁଟି ବିଷୟରେ ଇନ୍‌ଫୋସିସ୍ ପ୍ରତିନିଧିଙ୍କ ସହ ଅର୍ଥ ମନ୍ତ୍ରଣାଳୟର ଅଧିକାରୀମାନେ ଚଳିତ ମାସ ୨୨ରେ ଆଲୋଚନା କରିବେ। ଏହି ଆଲୋଚନାରେ ଆଇସିଏଆଇ, ଅଡିଟର, କନସଲଟାଣ୍ଟ୍ ଓ ଟିକସଦାତାମା‌ନେ ମଧ୍ୟ ଯୋଗଦେବେ। ନୂଆ ପୋର୍ଟାଲ୍‌‌ରେ ଦେଖାଦେଉଥିବା ବୈଷୟିକ ତ୍ରୁଟି ବିଷୟରେ ଟିକସଦାତାମାନେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେମାନଙ୍କ ଠାରୁ ଲିଖିତ ମତାମତ ଆହ୍ବାନ କରାଯାଇଥିଲା। ଇନ୍‌ଫୋସିସ୍‌ର ପ୍ରତିନିଧିମାନେ ତ୍ରୁଟିର କାରଣ ଓ ସମାଧାନର ବାଟ ବିଷୟରେ ସରକାରଙ୍କୁ ଅବଗତ କରିବେ।

ସମ୍ବନ୍ଧିତ ଖବର