ଡିଜେଲ ଦର ପୁଣି ବଢ଼ିଲା

ଭୁବନେଶ୍ୱର,: ପାଞ୍ଚ ଦିନ ଧରି ସ୍ଥିର ରହିବା ପରେ ଡିଜେଲ ଦର ପୁଣି ଆଜି ବୃଦ୍ଧି ଘଟିଛି। ଲିଟର ପିଛା ଡିଜେଲ ଦର ଆଜି ୧୧ ପଇସା ବଢ଼ିବା ସହିତ ୭୯ ଟଙ୍କା ୩୮ ପଇସାରେ ପହଞ୍ଚି ଯାଇଛି। ଶେଷ ଥର ପାଇଁ ଡିଜେଲ ଦର ଗତ ୧୮ ତାରିଖରେ ୧୦ ପଇସା ବୃଦ୍ଧି ଘଟିଥିଲା। ଫଳରେ ସେହି ଦିନଠାରୁ ଭୁବନେଶ୍ୱରରେ ଲିଟର ପିଛା ଡିଜେଲ ଦର ୭୯ ଟଙ୍କା ୨୭ ପଇସାରେ ସ୍ଥିର ରହିଥିଲା। ଅନ୍ୟପକ୍ଷରେ ପେଟ୍ରୋଲ ଦର ଭୁବନେଶ୍ୱର ଦୁଇ ଦିନ ପାଇଁ ସ୍ଥିର ରହିବା ପରେ ଗତ ୪ ଦିନ ହେଲା ଏହା ଲଗାତାର ବଢ଼ିବାରେ ଲାଗିଛି। ଭୁବନେଶ୍ୱରରେ ଏବେ ପେଟ୍ରୋଲ ଦର ୮୧ ଟଙ୍କା ୪୩ ପଇସାରେ ପହଞ୍ଚିଛି। ଗତ ୧୮ ଓ ୧୯ ତାରିଖରେ ପେଟ୍ରୋଲ ଦର ଭୁବନେଶ୍ୱରରେ ଲିଟର ପିଛା ୮୧ ଟଙ୍କାରେ ସ୍ଥିର ରହିଥିଲା। କିନ୍ତୁ ୨୦ ତାରିଖରୁ ଇତିମଧ୍ୟରେ ଏହା ୪୩ ପଇସା ମହଙ୍ଗା ହୋଇଗଲାଣି।

ସମ୍ବନ୍ଧିତ ଖବର