ଭୁବନେଶ୍ବର: ଦେଶରେ ଗ୍ରାହକଙ୍କୁ ତେଲ ଦର ବୃଦ୍ଧିରୁ ରିହାତି ଦେବା ଲାଗି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଗତ ୪ ତାରିଖରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଅଢ଼େଇ ଟଙ୍କା ହ୍ରାସ ଘୋଷଣା କରିଥିଲେ। ଏଥିରେ କେନ୍ଦ୍ର ସରକାର ଦେଢ଼ ଟଙ୍କାର ଉତ୍ପାଦନ ଶୁଳ୍କ ଛାଡ଼ିଥିବା ବେଳେ ତେଲ କମ୍ପାନି ଗୁଡ଼ିକୁ ୧ ଟଙ୍କା ଛାଡ଼ିବା ପାଇଁ କହିଥିଲେ। କିନ୍ତୁ ଅର୍ଥମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ଏହି ତେଲ ମୂଲ୍ୟ ହ୍ରାସର ଲାଭ ରାଜ୍ୟବାସୀଙ୍କୁ ମିଳିଲାନାହିଁ। ସ୍ଥାନୀୟ ଟିକସ ବାବଦ ଅଂଶ କମିବା ପରେ ଭୁବନେଶ୍ବରରେ ଲିଟର ପିଛା ପେଟ୍ରୋଲ ଓ ଡିଜେଲ ମୂଲ୍ୟ ପାଖାପାଖି ୩ ଟଙ୍କା ୧୫ ପଇସା କମିବ ବୋଲି ବଜାର ବିଶ୍ଳେଷକମାନେ ଆଶା କରୁଥିଲେ। କିନ୍ତୁ ଏହା ହେଲା ନାହିଁ। ପେଟ୍ରୋଲ ଦର ୨ ଟଙ୍କା ୪୮ ପଇସା ଏବଂ ଡିଜେଲ ଦର ୨ ଟଙ୍କା ୬୯ ପଇସା ହ୍ରାସ ଘଟିଲା। ତେବେ ଗୋଟିଏ ଦିନର ହ୍ରାସ ପରେ ଲଗାତାର ଦୁଇଦିନ ହେଲା ଦେଶରେ ତେଲ ଦର ବଢ଼ିବାରେ ଲାଗିଛି। ଦୁଇଦିନ ମଧ୍ୟରେ ପେଟ୍ରୋଲ ଦର ୩୨ ପଇସା ମହଙ୍ଗା ହୋଇଥିବା ବେଳେ ଡିଜେଲ ଦର ୬୨ ପଇସା ମହଙ୍ଗା ହୋଇଗଲାଣି। ମୂଲ୍ୟ ହ୍ରାସ ପରେ ଭୁବନେଶ୍ବରରେ ଶୁକ୍ରବାର ପେଟ୍ରୋଲ ଦର ୮୦ ଟଙ୍କା ୩୩ ପଇସାକୁ ଏବଂ ଡିଜେଲ ଦର ୭୮ ଟଙ୍କା ୨୮ ପଇସାକୁ ହ୍ରାସ ପାଇଥିବା ବେଳେ ରବିବାର ଏହା ଯଥାକ୍ରମେ ୮୦ ଟଙ୍କା ୬୫ ପଇସା ଏବଂ ୭୮ ଟଙ୍କା ୯୦ ପଇସାକୁ ବୃଦ୍ଧି ପାଇଛି।
ଦୁଇ ଦିନରେ ଡିଜେଲ ବଢ଼ିଲା ୬୨ ପଇସା
/sambad/media/post_attachments/wp-content/uploads/2018/10/Petrol_Reuters.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)