ଆସନ୍ତା ୭ରୁ ଡିସ ଟିଭି ଉପଭୋକ୍ତା ଷ୍ଟାର ଚ୍ୟାନେଲ ଦେଖିପାରିବେ ନାହିଁ ?

ମୁମ୍ବାଇ : ଆପଣ ଡିସ୍‌ ଟିଭି ଲଗାଇଛନ୍ତି କି ? ଖୁବ ଶୀଘ୍ର ଆପଣ ଷ୍ଟାର ନେଟଓ୍ଵାର୍କର ସବୁ ଚ୍ୟାନେଲ ଦେଖିବାକୁ ବଞ୍ଚିତ ହୋଇପାରନ୍ତି । କାରଣ ସଂଯୋଗ କାଟିବା ପାଇଁ ଷ୍ଟାର ଇଣ୍ଡିଆ ଡିସ ଟିଭିକୁ ନୋଟିସ ପଠାଇଛି । ସବସ୍କ୍ରିପସନ ଚୁକ୍ତିର ଉଲ୍ଲଙ୍ଘନ ଓ ସବସ୍କିପସନ ଦେୟ ଖିଲାପ କରିବା ଅଭିଯୋଗରେ ଷ୍ଟାର ଏହି ନୋଟିସ ପଠାଇଛି । ଯଥା ଶୀଘ୍ର ଏହି ସମସ୍ୟାର ସମାଧାନ ନହେଲେ ଆସନ୍ତା ଡିସେମ୍ବର ୭ରୁ ଷ୍ଟାର ଇଣ୍ଡିଆ ନିଜର ସବୁ ଚ୍ୟାନେଲ ଡିସ ଟିଭି ପ୍ଲାଟଫର୍ମରୁ କାଟି ଦେବାକୁ ନୋଟିସ ଦେଇଛି । ଭାରତରେ ଡିସଟିଭିର ପ୍ରାୟ ୨୩.୫ ନିୟୁତ ଗ୍ରାହକ ଅଛନ୍ତି । ଏହା ପୂର୍ବରୁ ଷ୍ଟାର ଇଣ୍ଡିଆ ଅନ୍ୟତମ ଲୋକପ୍ରିୟ ଡିଟିଏଚ ସେବା ଟାଟା ସ୍କାଏରୁ ମଧ୍ୟ ନିଜର ଚ୍ୟାନେଲ ସବୁକୁ କାଟିଦେଇଛି । ପ୍ରାଇସ ନେଗୋସିଏସନ ( ଦର କଥାବାର୍ତ୍ତା) ବିଫଳ ହେବାରୁ ଏପରି ହୋଇଥିଲା । ଷ୍ଟାର ଇଣ୍ଡିଆ ଅଧିନରେ ଷ୍ଟାର ପ୍ଲସ, ଷ୍ଟାର ସ୍ପୋର୍ଟ, ଷ୍ଟାର ଭାରତ, ଷ୍ଟାର ଗୋଲ୍ଡ, ଷ୍ଟାର ମୁଭିଜ, ଷ୍ଟାର ଉତ୍ସବ ଆଦି ଚ୍ୟାନେଲ ରହିଛି ।

ସମ୍ବନ୍ଧିତ ଖବର