ଖର୍ଚ୍ଚ କାଟ ପାଇଁ ୭୦୦୦ କର୍ମଚାରୀଙ୍କୁ ଛଟେଇ କରିବା କଥା ସୁନିଶ୍ଚିତ କଲା ‘ଡିଜ୍‌ନି’

ଲସ୍‌ ଏଞ୍ଜେଲେସ୍‌: ୫.୫ ବିଲିୟନ୍‌ ଡଲାର୍‌ ଖର୍ଚ୍ଚ ବଞ୍ଚାଇବା ଏବଂ ‘ଷ୍ଟ୍ରିମିଙ୍ଗ୍‌’ ବ୍ୟବସାୟକୁ ଲାଭଜନକ କରିବା ଲାଗି ୭୦୦୦ କର୍ମଚାରୀଙ୍କୁ ଛଟେଇ କରିବ ବୋଲି ବୁଧବାର ଦିନ ‘ୱାଲ୍‌ଟ୍‌ ଡିଜ୍‌ନି କୋ’ ଘୋଷଣା କରିଛି।

ଘୋଷିତ କର୍ମଚାରୀ ଛଟେଇ ସଂଖ୍ୟା ହେଉଛି ବିଶ୍ବବ୍ୟାପୀ ଡିଜ୍‌‌ନିରେ କାର୍ଯ୍ୟ କରୁଥିବା କର୍ମଚାରୀ ସଂଖ୍ୟାର ପ୍ରାୟ ୩.୬%।

ଖର୍ଚ୍ଚ କାଟ କରିବା ସହିତ ‘କ୍ରିଏଟିଭ୍‌ ଏକ୍ଜିକ୍ୟୁଟିଭ୍‌’ମାନଙ୍କୁ କ୍ଷମତା ପ୍ରତ୍ୟାହାର କରିବା ଯୋଜନାରେ ‘ଡିଜ୍‌ନି’ ତିନୋଟି ଭାଗରେ ବିଭକ୍ତ ହେବ। ଏଥିରେ ଚଳଚ୍ଚିତ୍ର, ଟେଲିଭିଜନ୍‌ ଓ ‘ଷ୍ଟ୍ରିମିଙ୍ଗ୍‌’ ନିମନ୍ତେ ରହିବ ‘ଏଣ୍ଟର୍‌ଟେନ୍‌ମେଣ୍ଟ୍‌ ୟୁନିଟ୍‌’, କ୍ରୀଡ଼ା ନିମନ୍ତେ ‘ଇଏସ୍‌ପିଏନ୍‌ ୟୁନିଟ୍‌’ ଏବଂ ‘ଡିଜ୍‌ନି ପାର୍କସ୍‌, ‘ଏକ୍ସପିରିଏନ୍‌ସେସ୍ ଆଣ୍ଡ୍‌ ପ୍ରଡକ୍ଟ୍‌ସ୍‌’।

Image Courtesy of The Wall Street Journal

‘ଡିଜ୍‌ନି’ ଛଟେଇ କରିବାକୁ ଯୋଜନା କରୁଥିବା କଥା ଗତ ନଭେମ୍ବର ମାସରେ ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଥିଲେ। ‘ଡିଜ୍‌ନି’ର ପୂର୍ବତନ ‘ସିଇଓ’ ବବ୍‌ ଚାପେକ୍‌ ମଧ୍ୟ ଏକଥା ସୁନିଶ୍ଚିତ କରିଥିଲେ। ‘ଡିଜ୍‌ନି’ ତା’ର ଶତବାର୍ଷିକୀ ପାଳନ କରିବା ଅବସରରେ ଛଟେଇ କାର୍ଯ୍ୟ ଶେଷ ହୋଇଥିବ ବୋଲି ଏବକାର ‘ସିଇଓ’ ଆଇଗର୍‌ କହିଛନ୍ତି।

ଘଣ୍ଟାଏ ବ୍ୟବସାୟ କରିବା ପରେ ଗତକାଲି ଡିଜ୍‌ନିର ସେୟାର୍‌ ମଧ୍ୟ ୪.୭% ବୃଦ୍ଧି ପାଇ ୧୧୭.୨୨ ଡଲାର୍‌ ହୋଇଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ ରିପୋର୍ଟ କରିଛି।

ସମ୍ବନ୍ଧିତ ଖବର