ଚଳିତ ବର୍ଷ ଏଭଳି କିଛି ଘଟଣା ଘଟିଥିଲା ଯାହା ଦେଶରେ ଅବିଶ୍ବାସର ଏକ ବାତାବରଣ ସୃଷ୍ଟି କରିଛି। ଯେଉଁ ସବୁ ବିଷୟକୁ ଲୋକମାନେ ବିନା କୌଣସି ପ୍ରଶ୍ନରେ ଗ୍ରହଣ କରିନେଉଥିଲେ ଏବେ ସେବୁ କିଛି ଉପରେ ସନ୍ଦେହ କରିବା ଆରମ୍ଭ କରିଦେଇଛନ୍ତି। ସେଭଳି କିଛି ଘଟଣା ହେଉଛି:
ବିକାଶ ତଥ୍ୟର ସଂଶୋଧନ
ଉପା ସରକାରଙ୍କ ଅମଳର ସଂଶୋଧିତ ଜିଡିପି ତଥ୍ୟ ଜାରି କରି ସରକାର ବଡ଼ ବିବାଦକୁ ଡାକି ଆଣିଥିଲେ। ସେହି ସମୟରେ ଦେଶର ଅଭିବୃଦ୍ଧି କମ୍ ଥିଲା ବୋଲି ସରକାର ଦର୍ଶାଇଛନ୍ତି। ଏହାକୁ ନେଇ କଂଗ୍ରେସ ପକ୍ଷରୁ ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଇଥିଲା। ଏହା ପରେ ଜିଡିପି ତଥ୍ୟ କେତେ ସଠିକ୍ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ରିଜର୍ଭ ବ୍ୟାଙ୍କ ସହ ଲଢ଼େଇ
ସରକାର ଓ ରିଜର୍ଭ ବ୍ୟାଙ୍କ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ଖରାପ ହୋଇଯାଇଥିଲା। ସ୍ଥିତି ଏଭଳି ହୋଇଥିିଲା ଯେ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଗତ ଅକ୍ଟୋବର ମାସରେ ଏକ ସାଧାରଣ ସଭାରେ ସରକାରଙ୍କ ହସ୍ତକ୍ଷେପକୁ କଡ଼ା ସମାଲୋଚନା କରିଥିଲେ। ଏହା ପରେ ଉଭୟ ପକ୍ଷ ମଧ୍ୟରେ ସମ୍ପର୍କ ଆହୁରି ଖରାପ ହୋଇଥିଲା, ଯାହାର ପରିଣାମ ସ୍ବରୂପ ଉର୍ଜିତ ପଟେଲ୍ ଗଭର୍ଣ୍ଣର ପଦରୁ ଇସ୍ତଫା ଦେଇଥିଲେ। ଏନ୍ପିଏ ମୁକାବିଲା, ସୁଧ ହାର, ପ୍ରମ୍ପଟ୍ କରେକ୍ଟିଭ୍ ଆକ୍ସନ (ପିସିଏ), ଏନ୍ବିଏଫ୍ସି ସଙ୍କଟ, ରିଜର୍ଭ ବ୍ୟାଙ୍କ ମୁଦ୍ରା ଭଣ୍ଡାର ଭାଗ ଆଦି ଡଜନେରୁ ଅଧିକ ପ୍ରସଙ୍ଗକୁ ନେଇ ଦୁଇ ପକ୍ଷ ମଧ୍ୟରେ ବିବାଦ ରହିଥିଲା।
ଆଇଏଲ୍ ଆଣ୍ଡ୍ ଏଫ୍ଏସ୍
ଗତ ସେପ୍ଟେମ୍ବରରେ ଆଇଏଲ୍ ଆଣ୍ଡ ଏଫ୍ଏସ୍ ଋଣ ସଙ୍କଟ ସାର୍ବଜନୀନ ହୋଇଥିଲା। କଂପାନି ଖାତାରେ ୯୧ ହଜାର କୋଟି ଟଙ୍କାର ଋଣ ଥିଲା। ସ୍ଥିତି ଏଭଳି ହୋଇଥିଲା ଯେ ଆଇଏଲ୍ ଆଣ୍ଡ୍ ଏଫ୍ଏସ୍ର ପରିଚଳାନା ଦାୟିତ୍ବ ସରକାର ନିଜ ହାତକୁ ନେଇଥିଲେ। କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର ଏମ୍ଡି ଉଦୟ କୋଟାକ୍ଙ୍କ ନେତୃତ୍ବାଧୀନ ବୋର୍ଡ ହାତକୁ ଆଇଏଲ୍ ଆଣ୍ଡ୍ ଏଫ୍ଏସ୍କୁ ଟେକି ଦିଆଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/gdp.jpg)