ନୂଆଦିଲ୍ଲୀ: କରଦାତାଙ୍କ ପାଇଁ ଆଜି ଖୁସି ଖବର ଆଣିଛନ୍ତି କେନ୍ଦ୍ର ସରକାର। ‘ବିବାଦ୍ ସେ ବିଶ୍ବାସ’ ସ୍କିମ୍ରେ କର ଦାଖଲ ସମୟ ସୀମା ବଢ଼ାଇଛନ୍ତି। ବିନା ଅତିରିକ୍ତ ଦେୟରେ କରଦାତାଙ୍କ କର ଦାଖଲ ସମୟ ସୀମାକୁ ୨୦୨୧ ମାର୍ଚ୍ଚ ୩୧ ଯାଏ ବୃଦ୍ଧି କରାଯାଇଛି। ଯେଉଁ କରଦାତାମାନେ ବିବାଦର ସମାଧାନ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହା ଏକ ସୁଯୋଗ ଆଣିଛି। ପୂର୍ବରୁ ବିନା ଅତିରିକ୍ତ ଦେୟରେ କର ଦାଖଲର ସମୟ ସୀମା ୨୦୨୦ ଡିସେମ୍ବର ୩୧ ପର୍ଯ୍ୟନ୍ତ ଥିଲା। ମାତ୍ର ସରକାର ଏହି ସମୟସୀମାକୁ ବୃଦ୍ଧି କରି ୨୦୨୧ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏ ନେଇ କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି କେନ୍ଦ୍ର ଅର୍ଥ ସଚିବ ଅଜୟ ଭୂଷଣ ପାଣ୍ଡେ ଏକ ଉଚ୍ଚସ୍ତରୀୟ ବୈଠକରେ ଆୟକର ବିଭାଗ ପକ୍ଷରୁ ‘ବିବାଦ୍ ସେ ବିଶ୍ବାସ ସ୍କିମ୍’ର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ଭିଡିଓ କନ୍ଫରେନ୍ସିଂ ଜରିଆରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ସିବିଡିଟି ଅଧ୍ୟକ୍ଷଙ୍କ ସମେତ ଦେଶର ଆୟକର ବିଭାଗର ସମସ୍ତ ପ୍ରମୁଖ ମୁଖ୍ୟ କମିସନରମାନେ ଅଂଶଗ୍ରହଣ କରିଥିଲେ। ତେବେ ଆସନ୍ତାବର୍ଷ ମାର୍ଚ୍ଚ ୩୧ ଯାଏ କର ଦାଖଲ ସମୟ ସୀମା ବୃଦ୍ଧି କରାଯିବା ଏକ ସମୟ ଉପଯୋଗୀ ନିଷ୍ପତ୍ତି ଏବଂ ଏହା ଦ୍ବାରା କରଦାତାମାନେ ଉପକୃତ ହେବେ ବୋଲି ଅର୍ଥ ସଚିବ ପାଣ୍ଡେ କହିଛନ୍ତି।
‘ବିବାଦ୍ ସେ ବିଶ୍ବାସ’ ସ୍କିମ୍: କର ଦାଖଲ ସମୟସୀମା ବଢ଼ିଲା
/sambad/media/post_attachments/wp-content/uploads/2020/07/tax-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)