ନୂଆଦିଲ୍ଲୀ: ଭାରତ ଏକ ଡିଜିଟାଲ୍ ଅର୍ଥନୀତିରେ ପରିଣତ ହୋଇଥିବା ବେଳେ ୟୁନିଫାଏଡ୍‌ ପେମେଣ୍ଟ୍ ଇଣ୍ଟରଫେସ୍ (ୟୁପିଆଇ) ପେମେଣ୍ଟ ଲୋକମାନଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶରେ ପରିଣତ ହୋଇଛି। ସୋମବାର ସନ୍ଧ୍ୟାରେ ପୁଣି ଏହି ସେବାରେ ବଡ଼ ଧରଣର ବିଭ୍ରାଟ ଘଟିଥିଲା ଯାହା ଚଳିତ ମାସ‌ରେ ତୃତୀୟ ଥର ପାଇଁ ଦେଖିବାକୁ ମିଳିଛି। ଗୁଗୁଲ୍‌ପେ, ଫୋନ୍‌ପେ, ପେଟିଏମ୍‌ ଭଳି ଲୋକପ୍ରିୟ ୟୁପିଆଇ ଆପ୍‌ଗୁଡ଼ିକୁ ବ୍ୟବହାର କରୁଥିବା ଲୋକମାନେ ଜିନିଷ କିଣାକିଣି କରି ପେମେଣ୍ଟ କରିବା ବେଳେ ଅସୁବିଧା ଭୋଗିଥିଲେ।

Advertisment

ବ୍ୟବସାୟୀମାନେ ମଧ୍ୟ ବେଶ୍ ହଇରାଣ ହୋଇଥିଲେ।ୟୁପିଆଇ ସେବା ଡାଉନ୍ ଥିବା ଡାଉନ୍‌ଡିଟେକ୍ଟର ୱେବସାଇଟ୍‌ରୁ ଜଣାପଡ଼ିଥିଲା। ସୋସିଆଲ୍ ମିଡିଆ ପ୍ଲାଟଫର୍ମଗୁଡ଼ିକରେ ମଧ୍ୟ ଲୋକମାନେ ଏନେଇ ଅଭିଯୋଗ କରିଥିଲେ। ଭାରତରେ ହେଉଥିବା ଡିଜିଟାଲ୍ ପେମେଣ୍ଟର ସର୍ବାଧିକ ୪୭.୨୫ ପ୍ରତିଶତ ଫୋନ୍‌ପେ ପ୍ରକ୍ରିୟାକରଣ  କରୁଛି।