ନୂଆଦିଲ୍ଲୀ: ସୋସିଆଲ ମିଡିଆ ଆପ୍ ଇନଷ୍ଟାଗ୍ରାମ୍‌ରେ ବିଭ୍ରାଟ ଦେଖାଦେଇଥିବା ନେଇ କିଛି ବ୍ୟବହାରକାରୀ ଅଭିଯୋଗ କରିଛନ୍ତି। ହଜାର ହଜାର ବ୍ୟବହାରକାରୀ ଆପ୍ ବ୍ୟବହାର କରିପାରୁନାହାନ୍ତି। କିଛି ବ୍ୟବହାରକାରୀଙ୍କ ଆକାଉଣ୍ଟ୍‌ ଅଚଳ ହୋଇଯାଇଛି। ଇ-ମେଲ୍ ଓ ‌ମୋବାଇଲ୍ ନମ୍ବର ଦେଲେ ଆକାଉଣ୍ଟ୍‌ ସକ୍ରିୟ ହେବ ବୋଲି ସେମାନଙ୍କ ପାଖରେ ମେସେଜ୍ ପହଞ୍ଚିଛି। ଏ ସମ୍ପର୍କରେ ଇନଷ୍ଟାଗ୍ରାମର ମାଲିକାନା ସଂସ୍ଥା ମେଟା ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। କିଛି ବ୍ୟବହାରକାରୀ ଅସୁବିଧା ସାମ୍ନା କରୁଥିବାର ଖବର ଆମ ପାଖରେ ପହଞ୍ଚିଛି। ଆମେ ତାହାର ଅନୁଶୀଳନ କରୁଛୁ।

Advertisment

ବ୍ୟବହାରକାରୀମାନଙ୍କୁ ଯେଉଁ ଅସୁବିଧା ଭୋଗିବାକୁ ପଡ଼ିଛି ସେଥିପାଇଁ ଆମେ କ୍ଷମା ପାର୍ଥନା କରୁଛୁ ବୋଲି ମେଟା ପକ୍ଷରୁ କୁହାଯାଇଛି। ଡାଉନ୍‌ଡିଟେକ୍ଟର ତଥ୍ୟ ଅନୁସାରେ ଇନ୍‌ଷ୍ଟାଗ୍ରାମ୍‌ରେ ଦେଖାଦେଇଥିବା ବିଭ୍ରାଟ ଯୋଗୁଁ ପ୍ରାୟ ୭୦୦୦ ବ୍ୟବହାରକାରୀ ପ୍ରଭାବିତ ହୋଇଛନ୍ତି। କିଛି ଦିନ ପୂର୍ବେ ମେଟା ଦ୍ବାରା ପରିଚାଳିତ ଅନ୍ୟତମ ଲୋକପ୍ରିୟ ଆପ୍ ହ୍ବାଟସ୍‌ଆପ୍ ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଅଚଳ ରହିବା ଯୋଗୁଁ ବିଶ୍ବବ୍ୟାପୀ ଲକ୍ଷଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ।