ଟ୍ବିଟରରେ ବିଭ୍ରାଟ

ନୂଆଦିଲ୍ଲୀ : ବିଶ୍ବର ଏକ ନମ୍ବର ଧନୀ ଏଲନ୍‌ ମସ୍କଙ୍କ ଅଧୀନରେ ପରିଚାଳିତ ହେଉଥିବା ସୋସିଆଲ ମିଡିଆ ଟ୍ବିଟରରେ ଆଜି ବିଭ୍ରାଟ ଦେଖିବାକୁ ମିଳିଛି। ଟ୍ବିଟର ଠିକ୍ ଭାବେ କାମ କରୁନଥିବା କିଛି ବ୍ୟବହାରକାରୀ ଅଭିଯୋଗ କରିଛନ୍ତି। ଭାରତର ପ୍ରାୟ ସନ୍ଧ୍ୟା ୭ଟା ବେଳକୁ ଏହି ସମସ୍ୟା ଆରମ୍ଭ ହୋଇଥିଲା। ପେଜ୍‌ଗୁଡ଼ିକ ଠିକ୍ ଭାବେ ଲୋଡ୍‌ ହେଉନଥିଲା। କିଛି ଆକାଉଣ୍ଟ୍‌ ନଥିବା ପ୍ରଦର୍ଶିତ ହେଉଥିବା ବେଳେ ଟାଇମ୍‌ଲାଇନ ରିଫ୍ରେସ୍ ହେଉନଥିଲା। ଏହି ବିଭ୍ରାଟ ସମ୍ପର୍କରେ ଟ୍ବିଟର ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।

ଆସନ୍ତାକାଲିଠାରୁ ଟ୍ବିଟର ଏହାର ବ୍ଲୁ ଭେରିଫିକେସନ ସେବାକୁ ପୁଣି ଥରେ ଆରମ୍ଭ କରିବାକୁ ଯାଉଛି। ଫଳରେ ବ୍ୟବହାରକାରୀମାନେ ନିଜ ଆକାଉଣ୍ଟ୍‌ର ବ୍ଲୁ ଟିକ୍ ପାଇବାକୁ ଆବେଦନ କରିପାରିବେ। ତେବେ ଏଥିପାଇଁ ଶୁଳ୍କ ଗଣିବାକୁ ପଡ଼ିବ ନା ନାହିଁ ତାହା ଜଣାପଡ଼ିନାହିଁ।

ସମ୍ବନ୍ଧିତ ଖବର