ଚେନ୍ନାଇ : ଟିଭିଏସ୍ ଗ୍ରୁପ୍ ଦେଶର ଏକ ପୁରୁଣା ବ୍ୟବସାୟିକ ସାମ୍ରାଜ୍ୟ। ୧୦୯ ବର୍ଷ ତଳେ ୧୯୧୧ ମସିହାରେ ଟି ଭି ସୁନ୍ଦରମ୍ ଆୟେଙ୍ଗାରଙ୍କ ଦ୍ବାରା ଏହି କମ୍ପାନି ସ୍ଥାପନ ହୋଇଥିଲା। ଅଟୋମୋବାଇଲ ଠାରୁ ଆରମ୍ଭ କରି ଅଟୋ ଉପକରଣ, ଲଜିଷ୍ଟିକ୍ସ ଓ ଫାଇନାନ୍ସ ଆଦି ବିବିଧ ବ୍ୟବସାୟ ଏହି ଗ୍ରୁପ୍ କରିଆସୁଛି। ପ୍ରତିଷ୍ଠାତାଙ୍କ ତୃତୀୟ ଓ ଚତୁର୍ଥ ପିଢ଼ିର ପରିବାର ଲୋକେ ଏହି ଗ୍ରୁପ୍ କମ୍ପାନି ଗୁଡ଼ିକୁ ପରିଚାଳିତ କରୁଛନ୍ତି। ତେବେ ମାଲିକାନାସ୍ବତ୍ବକୁ ସରଳ କରିବା ପାଇଁ ପରିବାର ବରିଷ୍ଠ ସଦସ୍ୟମାନେ ନିଷ୍ପତ୍ତି ନେଇଛନ୍ତି। ଆୟେଙ୍ଗାରଙ୍କ ଉତ୍ତରାଧିକାରୀଙ୍କ ମଧ୍ୟରୁ ଯେଉଁମାନେ ଯେଉଁ କମ୍ପାନିର ପରିଚାଳନା କରୁଛନ୍ତି ମୁଖ୍ୟତଃ ସେହିମାନଙ୍କ ନିକଟରେ ସେ କମ୍ପାନିର ଅଂଶଧନ ରହିବ। ଗ୍ରୁପ୍ରେ ଏପ୍ରକାର ପୁନର୍ଗଠନ ହେଲେ କମ୍ପାନି ପରିଚାଳନା ସହଜ ହେବ ବୋଲି ଆଶା କରାଯାଉଛି। ଏହି ଗ୍ରୁପ୍ର ବ୍ୟବସାୟ ଆକାର ପ୍ରାୟ ୮.୫ ବିଲିଅନ ଡଲାର ପାଖାପାଖି ୬୦ଟି କମ୍ପାନି ଏହି ଗ୍ରୁପ୍ ଅଧୀନରେ ରହିଛି। ଆୟେଙ୍ଗାରଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ସହମତି ପ୍ରକାଶ ପାଇବା ପରେ ଏବେ ଯେଉଁ ସଦସ୍ୟମାନେ ଯେଉଁ କମ୍ପାନିର ପରିଚାଳନା କରୁଛନ୍ତି ସେମାନେ ହିଁ ସେହି କମ୍ପାନିର ପରିଚାଳନା ଜାରି ରଖିବେ। ସୁରେଶ କ୍ରିଷ୍ଣା ଓ ତାଙ୍କ ପରିବାର ସୁନ୍ଦରମ୍ ଫାଷ୍ଟେନର୍ସର, ବେଣୁ ଶ୍ରୀନିବାସନଙ୍କ ପରିବାର ଟିଭିଏସ ମୋଟର କମ୍ପାନି ଓ ସୁନ୍ଦରମ୍ କ୍ଲେଟନ୍ର, ରାମ୍ ଓ ତାଙ୍କ ପୁଅ ଶ୍ରୀବତ୍ସ ରାମ ହ୍ବିଲ୍ସ ଇଣ୍ଡିଆର ଏବଂ ଏସ୍ ବିଜି ଓ ତାଙ୍କ ପୁଅ ଶ୍ରୀରାମ ବିଜି ବ୍ରେକ୍ସ ଇଣ୍ଡିଆର ପରିଚାଳନା କରିବେ।
ଟିଭିଏସ୍ ଗ୍ରୁପ୍ରେ ଦାୟିତ୍ବ ଭାଗବଣ୍ଟା
/sambad/media/post_attachments/wp-content/uploads/2018/07/tvs-logo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)