ମୁମ୍ବାଇ: ହୀର୍ ଏକ୍ସପ୍ରେସ୍ ସିନେମାର ଟିଜର୍ ଚଳିତ ମାସ ୧୦ରେ ରିଲିଜ୍ ହେବା ପରେ ଏହାକୁ ନେଇ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ସିନେମାର ପ୍ରଥମ ଗୀତ ‘ବେ ରାଞ୍ଝଣା’କୁ ଜୀ ମ୍ୟୁଜିକ୍ କମ୍ପାନି ପକ୍ଷରୁ ଆସନ୍ତା ଅଗଷ୍ଟ ୮ରେ ରିଲିଜ୍ କରାଯିବ। ସେଥିରେ ଦିବିତା ଜୁନେଜା ଅଭିନୟ କରିଛନ୍ତି। ତାଙ୍କ ସହିତ ସିନେମାରେ ଅଛନ୍ତି ପ୍ରିତ୍ କମାନି।
ଏହି ଗୀତକୁ ଗାଇଛନ୍ତି ସିମର କୌର ଓ ନଭି ସରଣ ଓ ସଙ୍ଗୀତରେ ସଜାଇଛନ୍ତି ଏଭି ସାରା। ରାଜସ୍ଥାନର ଯୋଧପୁରରେ ଗୀତକୁ ସୁଟିଂ କରାଯାଇଛି। ଗୀତ ସମ୍ପର୍କରେ ଗାୟିକା କୌର କହିଛନ୍ତି ଯେ ହୀର୍ ଏକ୍ସପ୍ରେସ୍ ହୃଦୟର କଥା କହୁଥିବା ବେଳେ ‘ବେ ରାଞ୍ଝଣା’ ଗୀତ ସେଥିରେ ଠିକ୍ ଭାବେ ଖାପଖାଉଛି। ଗୀତର ସରଳତା ମୋ ମନକୁ ଛୁଇଁଥିଲା ବୋଲି ସେ କହିଛନ୍ତି।