କେଉଁ ସାମଗ୍ରୀ ବ୍ୟବହାର କରି ଭାରତୀୟ ବ୍ୟାଙ୍କ ନୋଟ୍ ତିଆରି ହୁଏ ? କାଗଜ କି ?

ଭୁବନେଶ୍ବର : ଭାରତୀୟ ମୁଦ୍ରା ଦୁଇଟି ଆକାରରେ ପ୍ରଚଳିତ- ଗୋଟିଏ ହେଉଛି ଧାତୁରେ ତିଆରି କଏନ ଓ ଅନ୍ୟଟି ହେଉଛି ନୋଟ୍ । ତେବେ କେଉଁ ସାମଗ୍ରୀ ବ୍ୟବହାର କରି ନୋଟ୍ ତିଆରି ହୁଏ । ଅଧିକାଂଶ ଲୋକଙ୍କ ଧାରଣା ହେଉଛି ଯେ ଏକ ସ୍ବତନ୍ତ୍ର ଧରଣର କାଗଜ ବ୍ୟବହାର କରି ନୋଟ୍ ତିଆରି ହୋଇଥାଏ । କିନ୍ତୁ ଏହି ଧାରଣା ଭୁଲ ।

ଭାରତୀୟ ରିଜର୍ଭ ବ୍ୟାଙ୍କର ସୂଚନା ଅନୁସାରେ ନୋଟ ବ୍ୟବହାର ପାଇଁ କାଗଜ ନୁହେଁ, କଟନ(କାର୍ପାସ)ର ବ୍ୟବହାର କରାଯାଏ । କାରଣ କାଗଜରେ ତିଆରି ନୋଟ ବେଶୀ ଦିନ ରହିପାରିବ ନାହିଁ, କିନ୍ତୁ କଟନରେ ତିଆରୁ ହେଉଥିବାରୁ ନୋଟଗୁଡ଼ିକ ଅଧିକ ବର୍ଷ ଧରି ରହିଥାଏ । ଏଗୁଡ଼ିକୁ ଛୁଇଁଲେ କାଗଜ ପରି ଲାଗିଥାଏ, କିନ୍ତୁ ତାହା କାଗଜ ନୁହେଁ । କେବଳ ଭାରତ ନୁହେଁ, ବିଶ୍ବର ଅନେକ ଦେଶ କଟନ ବ୍ୟବହାର କରି କରେନ୍ସି ନୋଟ ତିଆରି କରନ୍ତି ।

ତେବେ ଏକ ସ୍ବତନ୍ତ୍ର ଫର୍ମୁଲା ବ୍ୟବହାର କରି ନୋଟ ପ୍ରସ୍ତୁତ କରାଯାଏ । ୭୫ ପ୍ରତିଶତ କଟନ, ୨୫ ପ୍ରତିଶତ ଲାଇନେନକୁ ମିଶାଇ ପ୍ରସ୍ତୁତ ଏକ ସ୍ବତନ୍ତ୍ର ଉପାଦାନକୁ ବ୍ୟବହାର କରି ନୋଟ ପ୍ରସ୍ତୁତ କରାଯାଏ । ନୋଟକୁ ଦୀର୍ଘସ୍ଥାୟୀ କରିବାକୁ ଏହି ଉପାଦାନରେ ଏକ ଜିଲେଟିନ ଆଧେସିଭ ସଲ୍ୟୁସନ ବ୍ୟବହାର କରାଯାଏ । ପୁଣି ନୋଟ ଛାପା ପାଇଁ ଏକ ସ୍ବତନ୍ତ୍ର ପ୍ରକାରର କାଳି ବ୍ୟବହାର କରାଯାଏ । ୟୁରୋପୀୟ ଦେଶରେ କମ୍ବର ନଏଲ କଟନ ବ୍ୟବହାର କରି ବ୍ୟାଙ୍କ ନୋଟ ତିଆରି କରାଯାଇଥାଏ ।

 

ସମ୍ବନ୍ଧିତ ଖବର