କୌଣସି ବି ମୁହୂର୍ତ୍ତରେ ବନ୍ଦ ହୋଇପାରେ ଟାଟା ଡକୋମୋ

ନୂଆଦିଲ୍ଲୀ: ଟେଲିକମ ଜଗତରେ ଖୁବ୍‌ ଶୀଘ୍ର କିଛି ନୂଆ ପରିବର୍ତ୍ତନ ହେବାକୁ ଯାଉଛି। ତେବେ ଟାଟା ଗ୍ରୁପ ପକ୍ଷରୁ ସୂଚନା ମିଳିଛି କି ଖୁବଶୀଘ୍ର ଟାଟା ଟେଲି ସର୍ଭିସେସ ବା ଟାଟା ଡୋକୋମୋ ବନ୍ଦ ହେବାକୁ ଯାଉଛି।

ସୂଚନା ମୁତାବକ, କଂପାନୀ ପକ୍ଷରୁ କୁହାଯାଇଛି ଯେ ଏହି ଟେଲିକମ କଂପାନିକୁ ବନ୍ଦ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଚର୍ଚ୍ଚା ହେଉଛି ଆସନ୍ତା ସପ୍ତାହ ସୁଦ୍ଧା ଟାଟା ଡୋକୋମୋର ସ୍ଥାୟୀସେବା ବନ୍ଦ କରାଯାଇପାରେ। କେବଳ ସେତିକି ନୁହେ, କଂପାନି ପକ୍ଷରୁ ସୂଚନା ମିଳିଛି କି କିଛିଦିନ ଧରି ଟାଟାର ଟେଲିକମ କଂପାନି କ୍ଷତିରେ ଚାଲୁଛି। ବିଶେଷ କରି ଟାଟାଗ୍ରୁପର ଏହି କଂପାନିକୁ ନେଇ ୩୪ ହଜାର କୋଟି ଟଙ୍କାର ଋଣ ରହିଛି। ତେବେ କଂପାନି ବନ୍ଦ ହେବାମାତ୍ରେ ଟାଟା ଗ୍ରୁପ ଉପରେ ବଡ଼ ଧରଣର ପ୍ରଭାବ ପଡ଼ିପାରେ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି।

ଏଠାରେ ଆମେ କହି ରଖୁଛୁ କି, ବର୍ତ୍ତମାନ ଡୋକୋମୋର ପାଖାପାଖି ୪ କୋଟି ୫୦ ଲକ୍ଷ ଗ୍ରାହକ ଅଛନ୍ତି। ସେହିପରି ଟାଟା ଟେଲି ସର୍ଭିସେସରେ ଡୋକୋମୋର ୨୬ ପ୍ରତିଶତ ଅଂଶଧନ ରହିଛି। ତେବେ କଂପାନି ବନ୍ଦ ହେଲେ ବି ଏହାଦ୍ୱାରା ଗ୍ରାହକଙ୍କର କୌଣସି ଅସୁବିଧା ହେବ ନାହିଁ ବୋଲି କଂପାନି ସ୍ପଷ୍ଟ କରିଛି।

ସମ୍ବନ୍ଧିତ ଖବର