ତୁରିୟା କମ୍ୟୁନିକେସନ୍ସ ପକ୍ଷରୁ ଡକ୍ଟରଟକ୍‌

କୋଲକାତା : ତୁରିୟା କମ୍ୟୁନିକେସନ୍ସ ପକ୍ଷରୁ ଡକ୍ଟରଟକ୍ କାର୍ଯ୍ୟକ୍ରମର ପ୍ରଥମ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମେଡିକା ସୁପରସ୍ପେସାଲିଟି ହସ୍ପିଟାଲର ବରିଷ୍ଠ ହୃଦରୋଗ ବିଶେଷଜ୍ଞ ଡାକ୍ତର ଦିଲୀପ କୁମାର ଅତିଥିଭାବେ ଯୋଗଦେଇ ପେସ୍‌ମେକର ଚିକିତ୍ସାରେ ଆସିଥିବା ନୂଆ ନୂଆ ଦିଗ ଉପରେ ଆଲୋଚନା କରିଥିଲେ। ପେସମେକର ଲାଗିଥିବା ବ୍ୟକ୍ତିମାନେ ମଧ୍ୟ ସ୍ବାଭାବିକ ଜୀବନ ବିତାଇ ପାରିବେ ବୋଲି ସେ କହିଥିଲେ। ଡିଜିଟାଲ ମୋଡ୍‌ରେ ହୋଇଥିବା ଏହି କାର୍ଯ୍ୟକ୍ରମକୁ ତୁରିୟା କମ୍ୟୁନିକେସନ୍ସର ସନ୍ଧ୍ୟା ସୁତୋଦିଆ ପରିଚାଳନା କରିଥିଲେ। ଅନଲାଇନ ଫାର୍ମାସି ‘ଶସ୍ତାସୁନ୍ଦର’ ଏହି କାର୍ଯ୍ୟକ୍ରମର ସ୍ବାସ୍ଥ୍ୟ ସହଯୋଗୀ ରହିଥିଲା।

ସମ୍ବନ୍ଧିତ ଖବର