ନମିତା ହେଉଛନ୍ତି ତାଙ୍କ ପରିବାରର ପ୍ରଥମ ସଫ୍ଟୱେୟାର ଇଞ୍ଜିନିୟର। ସେ ବହୁଦେଶୀୟ କମ୍ପାନିରେ ଯୋଗ ଦେବା ପାଇଁ ଭୁବନେଶ୍ୱର ଆସି ନିଜର ପ୍ରଥମ ଚାକିରି କରିଛନ୍ତି। ଚମତ୍କାର ଶିକ୍ଷାଗତ ଯୋଗ୍ୟତା ପାଇଁ ୧,୦୦,୦୦୦ ଟଙ୍କାର ‘ଯୋଗଦାନ ବୋନସ୍’ ପାଇବାକୁ ସେ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେହି ରାଶିକୁ କେଉଁଠି ବିନିଯୋଗ କରାଯିବ ତାହା ବୁଝିବା ପାଇଁ ସେ ନିଜ ସାଙ୍ଗମାନଙ୍କ ସହ ପରାମର୍ଶ କରିବାକୁ ସ୍ଥିର କରିଥିଲେ। ତାଙ୍କ ସାଙ୍ଗ ଆଲୋକ ତାଙ୍କୁ କହିଥିଲେ ଯେ ଯଦି ସେ ତାଙ୍କୁ ୫ ବର୍ଷ ପାଇଁ ଟଙ୍କା ଋଣ ଦିଅନ୍ତି, ତେବେ ସେ ତାଙ୍କୁ ବାର୍ଷିକ ୧୨% ସୁଧରେ ୧,୬୦,୦୦୦ ଟଙ୍କା ଫେରାଇଦେବେ ‌ବୋଲି କହିଥିଲେ। ଆଲୋକଙ୍କ କଥାରେ ଆଗକୁ ବଢ଼ିବାକୁ ନମିତା ମନ ସ୍ଥିର କରିଥିବା ବେଳେ ତାଙ୍କର ଜଣେ ବାନ୍ଧବୀ ମାନସୀ ତାଙ୍କୁ ଏକ ସରଳ ସାରଣୀ କରି ବିକଳ୍ପ ନିବେଶରେ କିଭଳି ଆଲୋକ ଦେଉଥିବା ସୁଧଠାରୁ ଅଧିକ ରିଟର୍ଣ୍ଣ ମିଳିପାରିବ ତାହା ବୁଝାଇଥିଲେ। ନମିତା ବୁଝିଥିଲେ ଯେ ଚକ୍ରବୃଦ୍ଧି ଦ୍ୱାରା ତାଙ୍କୁ ଅଧିକ ରିଟର୍ଣ୍ଣ ମିଳିବାର ସମ୍ଭାବନା ରହିଛି ଏବଂ ମାନସୀ ବୁଝାଇଥିଲେ ଯେ ଏହାର କାରଣ ହେଉଛି ଚକ୍ରବୃଦ୍ଧି ସୁଧ ଆପଣଙ୍କୁ ଅଧିକ ରିଟର୍ଣ୍ଣ ପ୍ରଦାନ କରିବ। ଅର୍ଥାତ୍ ସାଧାରଣ ସୁଧ କେବଳ ବାର୍ଷିକ ୧,୦୦,୦୦୦ ଟଙ୍କାର ମୂଳ ରାଶି ଉପରେ କାମ କରୁଥିବା ବେଳେ ଚକ୍ରବୃଦ୍ଧି ରାଶି ଉପରେ ଚକ୍ରବୃଦ୍ଧି ସୁଧ କାମ କରିଥାଏ।

Advertisment

ଏସ୍‌ଆଇପି ସହ ସମ୍ପତ୍ତି ଗଠନ
ସାରଣୀକୁ ଦେଖି ନମିତା ବୁଝିପାରୁଥିଲେ ଯେ ନିଶ୍ଚିତ ଭାବରେ ଏଥିରେ କିଛି ଫରକ ରହିଛି। ମ୍ୟୁଚୁଆଲ୍‌ ଫଣ୍ଡ ସ୍କିମ୍‌ରେ ନିୟମିତ ବ୍ୟବଧାନରେ ପୂର୍ବ ନିର୍ଦ୍ଧାରିତ ପରିମାଣର ଅର୍ଥ ବିନିଯୋଗ କରୁଥିବା ଏକ ସିଷ୍ଟମେଟିକ୍ ଇନ୍‌ଭେଷ୍ଟମେଣ୍ଟ ପ୍ଲାନ୍ (ଏସ୍ଆଇପି) ଚକ୍ରବୃଦ୍ଧିର ଶକ୍ତିର ଲାଭ ପ୍ରଦାନ କରୁଛି। ମାନସୀ ତାଙ୍କୁ ବୁଝାଇଥିଲେ ଯେ ସେ ନିବେଶ ପାଇଁ ଏସ୍‌ଆଇପିର ବିକଳ୍ପ ଅନୁସନ୍ଧାନ କରିପାରିବେ। ତାହା ମ୍ୟୁଚୁଆଲ ଫଣ୍ଡ୍‌ ମାଧ୍ୟମରେ ବଡ଼ କମ୍ପାନିରେ ନିବେଶ କରିବାରେ ସାହାଯ୍ୟ କରନ୍ତି ଯାହା କି ପେସାଦାରମାନଙ୍କ ଦ୍ବାରା ପରିଚାଳିତ ହୋଇଥାଏ। ଫଳରେ ବଜାରର ଅସ୍ଥିରତା ବିଷୟରେ ଚିନ୍ତା କରିବାକୁ ପଡ଼େ ନାହିଁ ଓ ପ୍ରକ୍ରିୟା ସରଳ ହୋଇଥାଏ। ଏସ୍‌ଆଇପି ମଧ୍ୟ ନିବେଶର ଏକ ସୁବିଧାଜନକ, ସରଳ ଏବଂ ଅସୁବିଧାମୁକ୍ତ ଉପାୟ।

ଏକ ଏସ୍‌ଆଇପି ଆପଣଙ୍କୁ କିପରି ଧନୀ କରିପାରିବ?
ମାନସୀ ବର୍ଣ୍ଣନା କରିଥିଲେ ଯେ ଏସ୍‌ଆଇପିର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଲାଭ ହେଉଛି ବଜାର ଅସ୍ଥିରତାକୁ ଦୂର କରିବାରେ ତାହା ସାହାଯ୍ୟ କରେ। ରୁପି କଷ୍ଟ ଆଭେରେଜିଂ ପରିକଳ୍ପନା ସହ ଏହା ଜଡ଼ିତ। ତେଣୁ ଯେତେବେଳେ ବଜାର ଉଚ୍ଚା ଥାଏ, ସେତେବେଳେ ସମାନ ପରିମାଣର ଏସ୍ଆଇପି କମ୍ ୟୁନିଟ୍ ପାଇଥାଏ, କିନ୍ତୁ ଯେତେବେଳେ ବଜାର ହ୍ରାସ ପାଏ, ସେହି ପରିମାଣର ଏସ୍ଆଇପିକୁ ଅଧିକ ୟୁନିଟ୍ ମିଳିଥାଏ। ତେଣୁ ଏସବୁ ହାରାହାରି ହୋଇଥାଏ ଏବଂ ତାହା ଏକ ବିଜୟ ସ୍ଥିତି।

ଏସ୍‌ଆଇପି ମାଧ୍ୟମରେ ଆପଣ କାହିଁକି ନିବେଶ କରିବା ଉଚିତ୍?
ନମିତା ଏବେ ବୁଝିପାରିଲେ ଯେ ବଜାର ସ୍ଥିତି ଯାହା ରହୁ ନା କାହିଁକି ଏସ୍ଆଇପିଗୁଡ଼ିକ ନିଜର ହାରାହାରି ୟୁନିଟ୍ ପାଇବେ ଏବଂ ସମୟ କ୍ରମେ ଏହି ୟୁନିଟ୍‌ଗୁଡ଼ିକ ଚକ୍ରବୃଦ୍ଧି ଦ୍ୱାରା ଲାଭବାନ ହେବେ। ବ୍ୟସ୍ତତା ଦୃଷ୍ଟିରୁ ନମିତାଙ୍କ ଏକମାତ୍ର ଚିନ୍ତା ଥିଲା କିଭଳି ନିବେଶକୁ ପରିଚାଳନା କରିବେ।  ମାନସୀ ତାଙ୍କୁ ମନେ ପକାଇ ଦେଇଥିଲେ ଯେ କିପରି ତାଙ୍କ ମା’ କାଗଜପତ୍ର ଏବଂ ସମୟ ସୀମା ସହିତ ପାରମ୍ପରିକ ନିବେଶ ଉପରେ ନଜର ରଖୁଥିଲେ। ଏସ୍‌ଆଇପି ବହୁତ ସରଳ ଯେଉଁଥିରେ ବ୍ୟାଙ୍କିଙ୍ଗ ମ୍ୟାନଡେଟ୍‌ ଦ୍ବାରା ପ୍ରତି ମାସରେ କିସ୍ତି ରାଶି ସ୍ବୟଂକ୍ରିୟ ଭାବେ ଖାତାରୁ କଟିଯିବ। ତାହା ଚିନ୍ତା ଦୂର କରିବା ସହ ନିରନ୍ତର ପ୍ରୟାସ ବିନା କାର୍ଯ୍ୟ ସୁନିଶ୍ଚିତ କରିବ। ଏସ୍‌ଆଇପିର ସୁବିଧା ଏବଂ ସହଜତା ନମିତାଙ୍କୁ ବିଶ୍ୱାସ ଦେଇଛି ଯେ ଏସ୍‌ଆଇପି ତାଙ୍କୁ ତାଙ୍କ ପିତାମାତାଙ୍କୁ ପ୍ରତିଶ୍ରୁତି ଦେଇଥିବା ଘର ପାଇଁ ପାଣ୍ଠି ତିଆରି କରିବାରେ ସାହାଯ୍ୟ କରିବ। ପ୍ରତି ମାସରେ ନିଜ ଦରମାର କିଛି ଅଂଶ ବିନିଯୋଗ କରି ସେ ନିଶ୍ଚିତ ଭାବରେ ଯଥେଷ୍ଟ ପାଣ୍ଠି ସଂଗ୍ରହ କରିବେ ଏବଂ ଖୁବଶୀଘ୍ର ଡାଉନ ପେମେଣ୍ଟ ଦେବେ।
ଅସ୍ବୀକରଣ:
(ମ୍ୟୁଚୁଆଲ୍‌ ଫଣ୍ଡ୍‌ ନିବେଶରେ ବଜାର ବିପଦ ରହିଛି, ଯୋଜନା ସମ୍ପର୍କିତ ସମସ୍ତ ଦସ୍ତାବିଜକୁ ଧ୍ୟାନର ସହ ପଢନ୍ତୁ)

(ଆଗକୁ ପରବର୍ତ୍ତୀ ଭାଗ ପ୍ରକାଶ ପାଇବ)