ଡଲାର ଦାମ୍ ୭୨ ଟଙ୍କାରୁ ଅଧିକ

ମୁମ୍ବାଇ: ଆଜି ମୁଦ୍ରା ବିନିମୟ ବଜାରରେ କାରବାର ଚାଲିଥିବା ବେଳେ ୧ ଡଲାରର ମୂଲ୍ୟ ୭୨ ଟଙ୍କାରୁ ଅଧିକ ହୋଇଯାଇଥିଲା। ବିଗତ ୧୯ ମାସ ମଧ୍ୟରେ ଭାରତରେ ଡଲାର କେବେ ଏତେ ମହଙ୍ଗା ହୋଇନଥିଲା। କିନ୍ତୁ ଗତ ସପ୍ତାହ ଠାରୁ ଏହି ଆମେରିକୀୟ ମୁଦ୍ରାର ମୂଲ୍ୟରେ ବୃଦ୍ଧି ଘଟିବା ଆରମ୍ଭ ହୋଇଛି। ଅଷ୍ଟ୍ରେଲିଆ, ଚୀନ୍ ଓ ତୁର୍କୀ ମୁଦ୍ରାର ବିନିମୟ ଦାମ୍ ଡଲାର ତୁଳନାରେ ଖୁବ୍ କମିଯିବାର ସିଧାସଳଖ ପ୍ରଭାବ ଭାରତ ଉପରେ ପଡ଼ିଥିଲା। ସେଥିପାଇଁ ଦେଶରେ ଡଲାର ଦାମ୍ ବଢ଼ିଛି। ଏହା ବ୍ୟତୀତ ମାସ ଶେଷ କାରବାର ସେଟଲ୍‌ମେଣ୍ଟ୍‌ କରିବା ଲାଗି ଆମଦାନିକାରୀ ଓ ବ୍ୟାଙ୍କଗୁଡ଼ିକ ଅଧିକ ମାତ୍ରାରେ ଡଲାର କିଣିବାରୁ ଏହି ମୁଦ୍ରାର ଚାହିଦା ବଢ଼ିଯାଇଛି, ଯାହା ଡଲାରକୁ ସଶକ୍ତ କରାଇବାରେ ସହାୟକ ହୋଇଛି।

ସମ୍ବନ୍ଧିତ ଖବର