ଡଲାର ଦାମ୍ ୭୦ ଟଙ୍କାରୁ କମ୍‌

ମୁମ୍ବାଇ: ତିନି ମାସ ପରେ ପ୍ରଥମ ଥର ପାଇଁ ଡଲାର ମୂଲ୍ୟ ୭୦ ଟଙ୍କାରୁ କମ୍ ହୋଇଛି। ଡଲାର ମୂଲ୍ୟ ଆଜି ୬୯ ଟଙ୍କା ୮୫ ପଇସା ସ୍ତରକୁ ଖସି ଆସିଛି। ଗତ ଅକ୍ଟୋବର ୧୧ ତାରିଖରେ ଡଲାର ମୂଲ୍ୟ ଏହାର ସର୍ବୋଚ୍ଚ ସ୍ତର ୭୪ ଟଙ୍କା ୪୮ ପଇସା ସ୍ତରରେ ପହଞ୍ଚିଯାଇଥିଲା। ସାରା ବିଶ୍ବରେ ଡଲାର ଦାମ୍ କମିଥିବାରୁ ଭାରତରେ ମଧ୍ୟ ଏହାର ମୂଲ୍ୟ କମିଛି। ଏହି ଖବର ଦ୍ବାରା ଆମଦାନିକାରୀ ଓ ବ୍ୟାଙ୍କଗୁଡ଼ିକ ବହୁତ ଖୁସି ହେବେ। କାରଣ ସର୍ବାଧିକ ଡଲାର ଏହି ଦୁଇ ବର୍ଗରେ କାମ କରୁଥିବା ଲୋକ ଓ ସଂସ୍ଥାମାନେ ଖରିଦ କରନ୍ତି। ଡଲାର ଦାମ୍ କମିଥିବାରୁ ଆମଦାନି କରାଯାଉଥିବା ସବୁ ପ୍ରକାର ସାମଗ୍ରୀର ଦାମ୍ କମିବ। ବିଶେଷ କରି ପେଟ୍ରୋଲ୍ ଓ ଡିଜେଲ୍ ଦର ଏହାର ପ୍ରଭାବରେ କମିବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର