ନୂଆଦିଲ୍ଲୀ : ଋଣ ଅସୁଲ ବେଳେ କଠୋର ପଦକ୍ଷେପ ଗ୍ରହଣ ନକରିବାକୁ ଅର୍ଥମନ୍ତ୍ରୀ ନିର୍ମଳା‌ ସୀତାରମଣ ବ୍ୟାଙ୍କଗୁଡ଼ିକୁ କହିଛନ୍ତି। ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ଋଣ ଅସୁଲ ବେଳେ ଘଟୁଥିବା ଘଟଣା ସମ୍ପର୍କରେ ଆମ ପାଖରେ ଅଭି‌ଯୋଗ ପହଞ୍ଚିଛି। ‌ସେ ବିଷୟରେ ଆମେ ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କଗୁଡ଼ିକ ସହ ଆଲୋଚନା କରି କଠୋର ପଦକ୍ଷେପଠାରୁ ଦୂରେଇ ରହିବାକୁ ସେମାନଙ୍କୁ କହିଛୁ। ଋଣ ଅସୁଲ ବେଳେ ମାନବିକତା ଓ ସମ୍ବେଦନଶୀଳ ଦିଗ ପ୍ରତି ଦୃଷ୍ଟି ଦେବାକୁ ବ୍ୟାଙ୍କଗୁଡ଼ିକୁ କୁହ‌ାଯାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ ବ୍ୟାଙ୍କଗୁଡ଼ିକୁ ସେହି ନିର୍ଦ୍ଦେଶ ଦେଇଛନ୍ତି ବୋଲି ନିର୍ମଳା କହିଛନ୍ତି।