ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ବ୍ୟାପିବା ଫଳରେ ଲୋକମାନେ ଭୟରେ ଗ୍ୟାସ୍ ବୁକିଂ କରୁଛନ୍ତି। ଏଥିଯୋଗୁଁ ଗ୍ୟାସ ବୁକିଂ ବ୍ୟବସ୍ଥା ଏବଂ କମ୍ପାନି ଉପରେ ଅଯଥା ଚାପ ସୃଷ୍ଟି ହେଉଛି। ଏପରିକି କେତେକ ଗ୍ରାହକ ସେମାନଙ୍କ ଗ୍ୟାସ୍ ନସରିଥିବା କାରଣରୁ ବୁକିଂ କରିଥିବା ଗ୍ୟାସର ଡେଲିଭରି ନେବାକୁ ସକ୍ଷମ ହେଉନାହାନ୍ତି। ଏପରିକି ଦୁଇଟି ସିଲିଣ୍ଡର ଥିବା ଗ୍ରାହକମାନେ ମଧ୍ୟ କୌଣସି ଗୋଟିଏ ସିଲିଣ୍ଡର ଖାଲି ହୋଇ ନ ଥିଲେ ମଧ୍ୟ ସେମାନେ ଗ୍ୟାସ୍ ବୁକିଂ କରୁଛନ୍ତି। ଏହାଦ୍ବାରା ଗ୍ୟାସ ରଖିପାରୁନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ଇଣ୍ଡିଆନ୍ ଅଏଲ୍ ୧୫ ଦିନ ପୂର୍ବରୁ ଗ୍ୟାସ ବୁକିଂ ନ କରି ପାରିବା ବ୍ୟବସ୍ଥା କରିଛି। ଇଣ୍ଡିଆନ୍ ଅଏଲ ଅଧ୍ୟକ୍ଷ ସଂଜୟ ସିଂହ ଏକ ଭିଡିଓ ବାର୍ତ୍ତାରେ ଏହି ସୂଚନା ଦେଇଛନ୍ତି। ଦେଶରେ ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ଆଦିର କୌଣସି ଅଭାବ ନାହିଁ। ଗ୍ରାହକମାନେ ଭୟଭୀତ ହୋଇ ଏସବୁ ସାମଗ୍ରୀ ନକିଣିବାକୁ ସେ ପରାମର୍ଶ ଦେଇଛନ୍ତି।
୧୫ ଦିନ ପୂର୍ବରୁ ଗ୍ୟାସ୍ ବୁକିଂ କରିହେବନି
/sambad/media/post_attachments/wp-content/uploads/2020/02/lpg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)