ନୂଆଦିଲ୍ଲୀ: ୨ ହଜାର ଟଙ୍କିଆ ନୋଟ୍ ହଟିବା ଚର୍ଚାର ଅବସାନ ଘଟିଛି। ବର୍ତ୍ତମାନ ପାଇଁ ଏଭଳି କୌଣସି ପ୍ରସ୍ତାବ ନାହଁ ବୋଲି ଅର୍ଥ ରାଷ୍ଟ୍ରମନ୍ତ୍ରୀ ପି. ରାଧାକୃଷ୍ଣନ ସଂସଦରେ କହିଛନ୍ତି। ୨୦୧୬ ନଭେମ୍ବର ୮ ତାରିଖରେ ମୋଦି ସରକାର ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍ ଅଚଳ ଘୋଷଣା କରିଦେବା ପରେ ତାହା ସ୍ଥାନରେ ନୂଆ ନୂଆ ୨ ହଜାର ଏବଂ ୫ ଶହ ଟଙ୍କିଆ ନୋଟ୍ ପ୍ରଚଳନ କରିଥିଲେ। ତେବେ ସରକାର ପ୍ରଥମ ଥର ପାଇଁ ୨ ହଜାର ଟଙ୍କିଆ ନୋଟ୍କୁ ପ୍ରଚଳନ କରିଥିବା କାରଣରୁ ଏହାକୁ ପରେ ପ୍ରତ୍ୟାହାର କରିନେବେ ବୋଲି ବିଭିନ୍ନ ମହଲରେ ଆଲୋଚନା ଚାଲିଥିଲା।