ଅର୍ଥରାଶିକୁ ମଉଜମସ୍ତି ସହ ତୁଳନା କରନାହିଁ: ଗୁଗୁଲ୍‌ ସିଇଓ

ନୂଆଦିଲ୍ଲୀ: ଆଶାନୁରୂପ ଆର୍ଥିକ ଫଳାଫଳ ପ୍ରଦାନ କରିବାରେ ବିଫଳ ହୋଇଥିବା ବିଶ୍ବର ସର୍ବବୃହତ ଇଣ୍ଟରନେଟ୍‌ କଂପାନି ଗୁଗୁଲ୍‌ ଏହାର କର୍ମଚାରୀମାନଙ୍କ ଯାତାୟାତ ଓ ମନୋରଞ୍ଜନ ଖର୍ଚ୍ଚ ଆଦି କାଟ କରିବା ଭଳି ଜଟିଳ ନିଷ୍ପତ୍ତି ଗ୍ରହଣ କରିଛି। ଏହାକୁ ନେଇ କଂପାନିର ଏକ ବୈଠକରେ ସିଇଓ ସୁନ୍ଦର ପିଚ୍ଚାଇଙ୍କୁ ଜଣେ କର୍ମଚାରୀଙ୍କ କଡ଼ା ପ୍ରଶ୍ନର ସାମ୍ନା କରିବାକୁ ପଡ଼ିଥିଲା। ପ୍ରଶ୍ନ ଶୁଣି ପିଚ୍ଚାଇ ସାମାନ୍ୟ ବିରକ୍ତ ହୋଇଥିଲେ ଏବଂ କହିଥିଲେ ଯେ ସବୁବେଳେ ଅର୍ଥରାଶିକୁ ମଉଜମସ୍ତି ସହ ତୁଳନା କରିବା ଠିକ୍ ନୁହେଁ।

ବୈଠକରେ କର୍ମଚାରୀ ଜଣକ ପଚାରିଥିଲେ, ଯଦି କଂପାନି ଲାଭ କରୁଛି ଏବଂ ବିପୁଳ ପରିମାଣର ନଗଦ ରାଶି ମଧ୍ୟ ରଖିଛି, ତଥାପି କାହିଁକି ଯାତାୟାତ ବଜେଟ୍, ଭତ୍ତା ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗରେ ହ୍ରାସ କରାଯାଉଛି। ତାହାର ଉତ୍ତରରେ ପିଚ୍ଚାଇ କହିଥିଲେ ଯେ ଏହି ପ୍ରଶ୍ନର ଉତ୍ତର କିଭଳି ଦେବି ମୁଁ ଭାବି ପାରୁନାହିଁ। ଅର୍ଥନୈତିକ ସ୍ଥିତିକୁ ‌ନେଇ ପ୍ରକାଶ ପାଉଥିବା ଖବରଗୁଡ଼ିକ ବିଷୟରେ ଆପଣମାନେ ଭଲ ଭାବେ ଅବଗତ ଥିବେ ଓ ତାହାକୁ ପଢ଼ୁଥିବେ ବୋଲି ମୁଁ ଭାବୁଛି। ଗତ ଦଶନ୍ଧିରୁ ଯେଉଁ କଠିନ ସ୍ଥିତି ଦେଇ କଂପାନି ଗତି କରୁଛି ସେଥିପାଇଁ ଆମେ ଅଧିକ ଦାୟିତ୍ବବାନ ହୋଇପଡ଼ିଛୁ। ଅର୍ଥରାଶିକୁ ଆମେ ମଉଜମସ୍ତି ସହ ତୁଳନା କରିପାରିବା ନାହିଁ।

ସମ୍ବନ୍ଧିତ ଖବର