ମୁମ୍ବାଇ: ଦେଶରେ ଡେବିଟ୍ କାର୍ଡ ପେମେଣ୍ଟ୍ ପରିମାଣ ବଢ଼ାଇବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ପକ୍ଷରୁ ମର୍ଚାଣ୍ଟ୍ ଡିସ୍କାଉଣ୍ଟ୍ ରେଟ୍ (ଏମ୍ଡିଆର୍)ର ସର୍ବୋଚ୍ଚ ସୀମା ଧାର୍ଯ୍ୟ କରାଯାଇଛି। ଗ୍ରାହକମାନେ ଡେବିଟ୍ କାର୍ଡ ଜରିଆରେ ପେମେଣ୍ଟ୍ କରିବା ବେଳେ ବ୍ୟବସାୟୀମାନେ ଏମ୍ଡିଆର୍ ଶୁଳ୍କ ବାବଦ ଅର୍ଥ ଗ୍ରାହକଙ୍କଠାରୁ ନେଉଛନ୍ତି। ଏହି ଶୁଳ୍କ ପରିମାଣ ବହୁତ ବଢ଼ିଯିବା ପରେ ଆର୍ବିଆଇ ଏହାର ସର୍ବୋଚ୍ଚ ସୀମା ଧାର୍ଯ୍ୟ କରିଛନ୍ତି। ବ୍ୟବସାୟୀମାନଙ୍କୁ ଏଥିପାଇଁ ଦୁଇଟି ବର୍ଗରେ ଭାଗ କରାଯାଇଛି। ଗୋଟିଏ ହେଉଛି ୨୦ ଲକ୍ଷ ଟଙ୍କାରୁ କମ୍ କାରବାର କରୁଥିବା ବ୍ୟବସାୟୀ ଏବଂ ୨୦ ଲକ୍ଷ ଟଙ୍କାରୁ ଅଧିକ କାରବାର କରୁଥିବା ବ୍ୟବସାୟୀ। କ୍ୟୁଆର୍ କୋଡ୍ ଏବଂ ପଏଣ୍ଟ୍ ଅଫ୍ ସେଲ୍ (ପିଓଏସ୍) ମେସିନ୍ ଜରିଆରେ ହେଉଥିବା ପେମେଣ୍ଟ୍ ପାଇଁ ଭିନ୍ନ ଭିନ୍ନ ଶୁଳ୍କ ଧାର୍ଯ୍ୟ କରାଯାଇଛି।ଅଧିକ କାରବାର କରୁଥିବା ବ୍ୟବସାୟୀ ପ୍ରତି କାରବାର ପିଛା ୧୦୦୦ ଟଙ୍କାରୁ ଅଧିକ ଏମ୍ଡିଆର୍ ଆଦାୟ କରିପାରିବେନି। ସେହିପରି କମ୍ କାରବାର କରୁଥିବା ବ୍ୟବସାୟୀମାନଙ୍କ ପାଇଁ ଏମ୍ଡିଆର୍ର ସର୍ବୋଚ୍ଚ ସୀମା କାରବାର ପିଛା ୨୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ପଏଣ୍ଟ୍ ଅଫ୍ ସେଲ୍ ମେସିନ୍ରେ ଡେବିଠ୍ କାର୍ଡ ସ୍ୱାଇପ୍ କରି ପେମେଣ୍ଟ୍ କଲେ ୦.୪୦% ଶୁଳ୍କ ପଡ଼ିବ। କମ୍ କାବରାର କରୁଥିବା ବ୍ୟବସାୟୀ ପ୍ରତି କାରବାର ପିଛା ୨୦୦ ଟଙ୍କାରୁ ଅଧିକ ଶୁଳ୍କ ଆଦାୟ କରିପାରିବେନି। ସେହିପରି କ୍ୟୁଆର୍ କୋଡ୍ ଜରିଆରେ ପେମେଣ୍ଟ୍ କଲେ ୦.୩୦% ଶୁଳ୍କ ଗଣିବାକୁ ପଡ଼ିବ। ବଡ଼ ବ୍ୟବସାୟୀମାନେ ପିଓଏସ୍ ମେସିନ୍ ଉପରେ ୦.୯୦% ଶୁଳ୍କ ଆଦାୟ କରିବେ କିନ୍ତୁ କୌଣସି ପରିସ୍ଥିତିରେ କାରବାର ପିଛା ଏହି ଶୁଳ୍କ ପରିମାଣ ୧୦୦୦ ଟଙ୍କାରୁ ଅଧିକ ହେବନାହିଁ। କ୍ୟୁଆର୍ କୋଡ୍ ଭିତିକ ପେମେଣ୍ଟ୍ ଉପରେ ସେମାନେ ୦.୮୦% ଶୁଳ୍କ ଆଦାୟ କରିବେ।
ସୀମା ଟପିବନି ଡେବିଟ୍ କାର୍ଡ ପେମେଣ୍ଟ୍ ଶୁଳ୍କ
/sambad/media/post_attachments/wp-content/uploads/2017/12/POS.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)