ନଗଦରେ ୨୦ ହଜାର ଟଙ୍କାରୁ ଅଧିକ ଋଣ ଦିଅନି: ରିଜର୍ଭ ବ୍ୟାଙ୍କ

ମୁମ୍ବାଇ: କଠୋର କାର୍ଯ୍ୟ‌ାନୁଷ୍ଠାନ ଗ୍ରହଣ କରିବାକୁ ପଛାଉ ନଥିବା ଶକ୍ତିକାନ୍ତ ଦାସଙ୍କ ନେତୃତ୍ବାଧୀନ ଭାରତୀୟ ରିଜର୍ଭ ବ୍ୟାଙ୍କ ନଗଦ ଆକାରରେ ଦିଆଯାଉଥିବା ଋଣ ଉପରେ କଡ଼ା ନଜର ରଖିବା ଆରମ୍ଭ କରିଛି। ବିଶେଷ କରି ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥା (ଏନ୍‌ବିଏଫ୍‌ସି)-ମାଇକ୍ରୋ ଫାଇନାନ୍ସ ସଂସ୍ଥା (ଏମ୍ଏଫ୍ଆଇ)ଗୁଡ଼ିକୁ ଏନେଇ ରିଜର୍ଭ ବ୍ୟାଙ୍କ ତାଗିଦ୍ କରିଛନ୍ତି। କୌଣସି ଗ୍ରାହକଙ୍କୁ ୨୦ ହଜାର ଟଙ୍କାରୁ ଅଧିକ ଋଣ ନଗଦ ଆକାରରେ ନଦେବାକୁ ସେମାନଙ୍କୁ କୁହାଯାଇଛି। ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ଲାଗି ରିଜର୍ଭ ବ୍ୟାଙ୍କ ରୋ‌କ୍‌ଠୋକ୍ ଶୁଣାଇଛି। ନଗଦ ରାଶିରେ ଦିଆଯାଉଥିବା ଋଣକୁ ନେଇ ଆୟକର ନିୟମ ୧୯୬୧ରେ ଯେଉଁ ବ୍ୟବସ୍ଥା ରହିଛି ତାହାକୁ ଅନୁସରଣ କରିବା ଲାଗି ଆର୍ଥିକ ଅନୁଷ୍ଠାନଗୁଡ଼ିକୁ ରିଜର୍ଭ ବ୍ୟାଙ୍କ କହିଛନ୍ତି।

ସମ୍ବନ୍ଧିତ ଖବର