ସରକାରଙ୍କୁ ୨୫୭୮ କୋଟି ଠକିଛନ୍ତି ୪ ଟେଲିକମ କମ୍ପାନି

ନୋଟିସ ପଠାଇବ ଟେଲିକମ ବିଭାଗ

ନୂଆଦିଲ୍ଲୀ: ନିଜର ରାଜସ୍ୱକୁ ଜାଣିଶୁଣି କମ ଦେଖାଇଥିବାରୁ କେନ୍ଦ୍ର ଦୂର ସଂଚାର ବିଭାଗ ୫ଟି ଟେଲିକମ କମ୍ପାନି ରିଲାଏନ୍ସ ଜିଓ, ଟାଟା ଟେଲିସର୍ଭିସେସ, ଟେଲିନର ଓ ଭିଡିଓକୋନ ବିରୁଦ୍ଧରେ ୨୫୭୮ କୋଟି ଟଙ୍କାର ନୋଟିସ୍‌ ପଠାଇବ । ଏସବୁ କମ୍ପାନିମାନେ ନିଜର ରାଜସ୍ୱ ଜାଣିଶୁଣି କମ କରି ଦେଖାଇଥିଲେ ବୋଲି ସିଏଜି ରିପୋର୍ଟରୁ ଜଣାପଡିଥିଲା ।

ଦୂରସଂଚାର ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ସିଏଜି ରିପୋର୍ଟରେ ଥିବା ହିସାବକୁ ଏସବୁ କମ୍ପାନି ମାନେ ଦାଖଲ କରିଥିବା ହିସାବ ସହ ମିଳାଇ ଦେଖାଯିବ ଓ ଏହାପରେ ସେମାନଙ୍କୁ ଆସନ୍ତା ମାସ ଅର୍ଥାତ ଜାନୁୟାରୀରେ ଉପରୋକ୍ତ ପରିମାଣର ଅର୍ଥ ପୈଠ ଲାଗି ନୋଟିସ ପଠାଯିବ ।

ଗତ ୧୮ ତାରିଖରେ ସଂସଦରେ ଉପସ୍ଥାପିତ ସିଏଜି ରିପୋର୍ଟ ଅନୁସାରେ ରିଲାଏନ୍ସ ଜିଓ, ଟାଟା ଟେଲିସର୍ଭିସେସ, ଟେଲିନର ଓ ଭିଡିଓକୋନ ନିଜର ରାଜସ୍ୱକୁ ଜାଣିଶୁଣି କମ କରି ଦେଖାଥିଲେ । ଏହି କମ୍ପାନିମାନେ ଦେଖାଇଥିବା ପରିମାଣ ମୋଟ ପରିମାଣଠାରୁ ପ୍ରାୟ ୧୪,୮୦୦ କୋଟି କମ । ଏହା ଫଳରେ ସରକାରଙ୍କ ପ୍ରାୟ ୨୫୭୮ କୋଟି ଟଙ୍କାର ରାଜସ୍ୱ କ୍ଷତି ହୋଇଥିଲା । ଏସବୁ କମ୍ପାନିମାନେ ସ୍ପେକ୍ଟ୍ରମ ଫି ବାବଦରେ ମୋଟ ୧୦୧୫ କୋଟି ଟଙ୍କା କମ ପୈଠ କରିଥିଲେ, ସ୍ପେକ୍ଟ୍ରେମ ବ୍ୟବହାର ଚାର୍ଜ ବାବଦରେ ୫୧୧ କୋଟି ଟଙ୍କା ଓ ସୁଧ ବାବଦରେ ୧୦୫୨ କୋଟି ଟଙ୍କା କମ ପୈଠ କରିଥିଲେ ।

ସମ୍ବନ୍ଧିତ ଖବର