ଗୋଦ୍‌ରେଜ୍‌ ଇଣ୍ଟେରିଓର ଡବଲ୍‌ ଅଫର

ଭୁବନେଶ୍ବର : ଗୋଦ୍‌ରେଜ୍‌ ଇଣ୍ଟେରିଓ ଉତ୍ପାଦ କିଣିବା ଲାଗି ଗ୍ରାହକମାନଙ୍କ ପାଇଁ ଏବେ ସବୁଠୁ ଭଲ ସମୟ ଚାଲିଛି। କଂପାନି ପକ୍ଷରୁ ଡବଲ୍‌ ଅଫର ଘୋଷଣା କରାଯାଇଛି। ତାହା ହେଉଛି ଫ୍ରିଡମ୍ ସେଲ୍‌ ଓ ମନ୍‌ସୁନ୍ ବୋନାଞ୍ଜା ଅଫର। ଏହି ଅବସ‌ରରେ ଗ୍ରାହକମାନେ ଗୋଦରେଜ୍ ଇଣ୍ଟେରିଓ ଉତ୍ପାଦ ଉପରେ ୨୫% ପର୍ଯ୍ୟନ୍ତ ରିହାତି ପାଇପାରିବେ। କଂପାନିର ହୋମ୍ ଫର୍ଣ୍ଣିଚର, ମଡ୍ୟୁଲାର ୱାର୍ଡରୋବ୍, ମାଟ୍ରେସେସ୍‌ ଓ ମଡ୍ୟୁଲାର୍‌ କିଚେନ୍ ଉପରେ ଏହି ଅଫର ଲାଗୁ ହୋଇଛି। କଂପାନିର ଶାଖା ପ୍ରବନ୍ଧକ (ବି୨ସି)-ଓଡ଼ିଶା ପ୍ରଦୋଷ ଦାଶ କହିଛନ୍ତି ଯେ କଂପାନି ଘୋଷଣା କରିଥିବା ସ୍କିମ୍ ଅଗଷ୍ଟ ୫ରୁ ଆରମ୍ଭ ହୋଇଛି ଯାହା ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ଉପଲବ୍ଧ ରହିବ। ଗୋଦରେଜ୍ ଇଣ୍ଟେରିଓ ଉତ୍ପାଦଗୁଡ଼ିକର ବିଶେଷତ୍ବ ହେଉଛି ତାହା ଗ୍ରାହକମାନଙ୍କୁ ଅଭିନବ ସମାଧାନ ପ୍ରଦାନ କରିବ ଏବଂ ସେଗୁଡ଼ିକ ଦେଖିବାକୁ ମଧ୍ୟ ବେଶ ଆକର୍ଷଣୀୟ। ଉତ୍ପାଦଗୁଡ଼ିକ ଗ୍ରାହକଙ୍କ ଅନୁଭୂତିରେ ଉନ୍ନତି ଆଣିବ। ଗୋଦରେଜ୍ ଇଣ୍ଟେରିଓ ଉତ୍ପାଦଗୁଡ଼ିକର ଡିଜାଇନ୍‌କୁ ଲୋକମାନଙ୍କ ବର୍ତ୍ତମାନର ଜୀବନଶୈଳୀକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି ଯାହା ସମ୍ପୂର୍ଣ୍ଣ ଭିନ୍ନ ଅନୁଭୂତି ଓ ଡିଜାଇନ୍ ପ୍ରଦାନ କରୁଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର