ଏହି ସାତଟି ଉପାୟରେ ଜାଣନ୍ତୁ ଫେସ୍‌ବୁକ୍‌ ପାଖରେ ଆପଣଙ୍କର କେଉଁ କେଉଁ ବ୍ୟକ୍ତିଗତ ତଥ୍ୟ ରହିଛି

ନୂଆଦିଲ୍ଲୀ: ଫେସବୁକ୍‌ ଡାଟା ଲିକ୍‌ ମାମଲାକୁ .ନେଇ ବିବାଦ ବଢ଼ିବାରେ ଲାଗିଛି। ଏହାକୁ ନେଇ ପ୍ରତିଦିନ ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି। ଏହି ସମୟରେ ସୋମବାର ଫେସବୁକ୍‌ ସ୍ୱୀକାର କରିଛି କି ସେ ନିଜ ବ୍ୟବହାରକାରୀଙ୍କ ଆକାଉଣ୍ଟରୁ ଡାଟାକୁ ରେକର୍ଡ କରିଥାଏ। କେବଳ ଏତିକି ନୁହେଁ,  ଆପଣଙ୍କ ଏସ୍‌ଏମ୍‌ଏସ୍‌ ଓ କଲ ରେକର୍ଡ ବି ରଖିଥାଏ। ଏମିତି କଲ୍‌ ଓ ଏସ୍‌ଏମ୍‌ଏସ୍‌ ଯାହା ସହିତ ଫେସ୍‌ବୁକ୍‌ର କୌଣସି .ନେଣଦେଣ ନଥାଏ।

ଯଦି ଆପଣ ବି ଜାଣିବାକୁ ଚାହୁଁଛନ୍ତି ଫେସ୍‌ବୁକ୍‌ ଆପଣଙ୍କ ସମ୍ପର୍କରେ କ’ଣ କ’ଣ ତଥ୍ୟ ହାସଲ କରିଛି। ତେବେ ଏହି ୭ଟି ଉପାୟରେ ଏହାକୁ ସହଜରେ ଜାଣି ପାରିବେ।

ଏହି ପ୍ରକ୍ରିୟା ଦ୍ୱାରା ଆପଣ ନିଜ ଫେସବୁକ ଡାଟା ପାଇ ପାରିବେ। ଏଥିରେ ଫେସ୍‌ବୁକ୍‌ ସହିତ ଯୋଡ଼ି ହୋଇଥିବା କଣ୍ଟାକ୍ଟ ନମ୍ବର, ଚାଟ୍‌ ହିଷ୍ଟ୍ରି ଓ ଆପଣ କେଉଁକେଉଁ ଆଇପି ଆଡ୍ରେସରେ ଲଗ୍‌ଇନ୍‌ କରିଛନ୍ତି ଭଳି ସୂଚନା ପାଇ ପାରିବେ।

 

୧. ପ୍ରଥମେ ଫେସବୁକ୍‌ରେ ନିଜ ଆକାଉଣ୍ଟ ଲଗ୍‌ଇନ୍‌ କରନ୍ତୁ।

୨. ଏହାପରେ ଆପଣ ସେଟିଂର ବିକଳ୍ପ ଉପରେ କ୍ଲିକ୍‌ କରନ୍ତୁ।

୩. ଯେମିତି ହିଁ ଆପଣ ଏହା ଉପରେ କ୍ଲିକ୍‌ କରିବେ, ଆପଣଙ୍କ ସାମ୍ନାରେ ସେଟିଂର ପେଜ ଖୋଲିବ।

୪. ସେଟିଂ ପେଜ ଖୋଲିବା ପରେ ଏହାର ଶେଷ ଆଡକୁ ଯାଆନ୍ତୁ, ଏଠାରେ ଆପଣଙ୍କୁ ‘Download a copy of your Facebook data’ କ୍ଲିକ୍‌ କରନ୍ତୁ।

୫. ଯେମିିତି ହିଁ ଆପଣ ଏହା ଉପରେ କ୍ଲିକ୍‌ କରିବେ ଏକ ନୂଆ ପେଜ ସାମ୍ନାକୁ ଆସିବ। ଏଠାରେ ‘Start my archive’ ଉପରେ କ୍ଲିକ୍‌ କରନ୍ତୁ। ଆପଣଙ୍କ ଫେସ୍‌ବୁକ୍‌ ଡାଟା ଡାଉନ୍‌ଲୋଡ ହେବା ଆରମ୍ଭ ହୋଇଯିବ।

୬. ଏହାପରେ ଫେସ୍‌ବୁକ୍‌ ଆପଣଙ୍କୁ ଏକ ମେଲ ପଠାଇବ। ଯେଉଁଥିରେ ଇମେଲ ବକ୍ସ ଚେକ୍‌ କରିବା ପାଇଁ ସୂଚିତ ଥିବ। ଯେମିତି ହିଁ ଆପଣଙ୍କ ଡାଟା ଡାଉନ୍‌ଲୋଡ ପୂରା ହୋଇଯିବ, ଏହାକୁ ଦେଖି ପାରିବେ।

୭. ଏହାପରେ ଆପଣଙ୍କୁ ଏକ ଜିପ୍‌ ଫାଇଲ ଆସିବ। ଏଥିରେ ଆପଣଙ୍କୁ INDEX.HTML ଫାଇଲ ଉପରେ କ୍ଲିକ୍‌ କରିବାକୁ ପଡ଼ିବ। ଯେମିତି ହିଁ ଆପଣ ଏହା ଉପରେ କ୍ଲିକ୍‌ କରିବେ ତୁରନ୍ତ ଜାଣି ପାରିବେ ଫେସ୍‌ବୁକ୍‌ ଆପଣଙ୍କ ସମ୍ପର୍କରେ କ’ଣ ଓ କେତେ ଜାଣିଛି।

ସମ୍ବନ୍ଧିତ ଖବର