ଡକ୍ଟର ବତ୍ରା କ୍ଲିନିକ୍‌ରେ ଆରମ୍ଭ ହେବ ‘ବି ଟ୍ରିମ୍‌ ପଦ୍ଧତି’

ଭୁବନେଶ୍ୱର: ଓଜନ ହ୍ରାସ କରିବା ପାଇଁ ଡକ୍ଟର ବତ୍ରାର ଭିଲାଇଠାରେ ଥିବା କ୍ଲିନିକ୍‌ରେ ବି ଟ୍ରିମ୍‌ ପଦ୍ଧତି ଆରମ୍ଭ କରାଯାଇଛି। ଖୁବ୍‌ଶୀଘ୍ର ଏହି ସୁବିଧା ଡକ୍ଟର ବତ୍ରାର ସମ୍ବଲପୁର ଏବଂ ରାଉରକେଲାରେ ଥିବା କ୍ଲିନିକ୍‌ରେ ଉପଲବ୍ଧ ହେବ। ଏହି ପଦ୍ଧତି ଜରିଆରେ ବହୁତ ସହଜରେ ଏବଂ ବିନା କଷ୍ଟରେ ଓଜନ ହ୍ରାସ କରାଯାଇପାରିବ ବୋଲି ଡକ୍ଟର ବତ୍ରା ପକ୍ଷରୁ କୁହାଯାଇଛି। ଡକ୍ଟର ବତ୍ରା କ୍ଲିନିକ୍‌ ଗ୍ରୁପ୍‌ର ପ୍ରତିଷ୍ଠାତା ଡକ୍ଟର ମୁକେଶ ବତ୍ରା କହିଛନ୍ତି ଯେ ସମଗ୍ର ବିଶ୍ୱ ପାଇଁ ମେଦବହୁଳତା ଏବେ ବଡ଼ ସମସ୍ୟା। ଏହା ଏକ ସାଧାରଣ ସମସ୍ୟା ନୁହେଁ ବରଂ ସ୍ୱାସ୍ଥ୍ୟଗତ ସମସ୍ୟା ବୋଲି ଲୋକମାନଙ୍କୁ ବୁଝିବାକୁ ହେବ। ଶରୀର ଅତ୍ୟଧିକ ମୋଟା ହୋଇଗଲେ ମଧୁହେମ, ଉଚ୍ଚ ରକ୍ତଚାପ ଭଳି ସମସ୍ୟା ଦେଖାଯିଏ। ମେଦବହୁଳତାର ଚିକିତ୍ସା କରାଯିବା ଦରକାର ବୋଲି ସେ କହିଛନ୍ତି। ଡକ୍ଟର ବତ୍ରା କ୍ଲିନିକ୍‌ରେ ମେଦ କମ୍‌ କରାଯିବା ସହିତ ଏହା ସହ ଜଡ଼ିତ ଅନ୍ୟ ସବୁ ସମସ୍ୟାର ମଧ୍ୟ ସମାଧାନ କରାଯାଉଛି ବୋଲି ସେ କହିଛନ୍ତି। ବି ଟ୍ରିମ୍‌ ପଦ୍ଧତିକୁ ହୋମିଓପାଥି ଏବଂ ଆନ୍ତର୍ଜାତିକ ପଦ୍ଧତିର ମିଶ୍ରଣରେ ପ୍ରସ୍ତୁତ କରାଯାଇଛି। ଏହା ୧୦୦% ସୁରକ୍ଷିତ ଏବଂ ଏହାକୁ ଏଫ୍‌ଡିଏର ପ୍ରମାଣପତ୍ର ମିଳିଛି।

ସମ୍ବନ୍ଧିତ ଖବର