ଭୁବନେଶ୍ବର: ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ୍ ଫେରୋ ଆଲୟଜ୍ ଲିମିଟେଡ୍ (ଇମ୍ଫା)ର ଅଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ଡ. ବି କେ ମିଶ୍ରଙ୍କୁ ନିଯୁକ୍ତ କରାଯାଇଛି। ଏନ୍ଆଇଟି ରାଉରକେଲାରାରୁ ମେଟାଲର୍ଜିକାଲ୍ ଇଞ୍ଜିନିୟରିଂ, ଆଇଆଇଟି କାନପୁର ଓ ଆମେରିକାର ଉଟାହ ବିଶ୍ବବିଦ୍ୟାଳୟରେ ପଢ଼ିଥିବା ଶ୍ରୀ ମିଶ୍ର ୨୦୨୪ରେ ସ୍ବାଧୀନ ନିର୍ଦେଶକ ଭାବେ କମ୍ପାନିରେ ଯୋଗଦେଇଥିଲେ। ଏନ୍ ଆର୍ ମହାନ୍ତିଙ୍କ ଅବସର ପରେ ତାଙ୍କୁ ଏହି ନିଯୁକ୍ତି ମିଳିଛି। ଏହି ନିଯୁକ୍ତି ସମ୍ପର୍କରେ ଇମ୍ଫାର ପରିଚାଳନା ନିର୍ଦେଶକ ଶୁଭ୍ରକାନ୍ତ ପଣ୍ଡା କହିଛନ୍ତି ଯେ ମୁଁ ଡ. ମିଶ୍ରଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। କମ୍ପାନିର ମୂଳ ବ୍ୟବସାୟ ସମ୍ପର୍କରେ ତାଙ୍କର ଅସାଧାରଣ ଜ୍ଞାନ ରହିଛି। ସମ୍ପ୍ରସାରଣ କାର୍ଯ୍ୟକାରୀ କରିବା ସମୟରେ ତାଙ୍କ ମାର୍ଗଦର୍ଶନକୁ ମୁଁ ଅପେକ୍ଷା କରିଛି ବୋଲି ସେ କହିଛନ୍ତି।
ଡ. ବି କେ ମିଶ୍ର ଇମ୍ଫାର ଅଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ
ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ୍ ଫେରୋ ଆଲୟଜ୍ ଲିମିଟେଡ୍ (ଇମ୍ଫା)ର ଅଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ଡ. ବି କେ ମିଶ୍ରଙ୍କୁ ନିଯୁକ୍ତ କରାଯାଇଛି। ଏନ୍ଆଇଟି ରାଉରକେଲାରାରୁ ମେଟାଲର୍ଜିକାଲ୍ ଇଞ୍ଜିନିୟରିଂ, ଆଇଆଇଟି କାନପୁର ଓ ଆମେରିକାର ଉଟାହ ବିଶ୍ବବିଦ୍ୟାଳୟରେ ପଢ଼ିଥିବା....
/sambad/media/media_files/2025/08/01/ssfxcxc-2025-08-01-01-46-17.jpg)