ଭୁବନେଶ୍ବର: ଭାରତୀୟ ରିଜର୍ଭ ବ୍ୟାଙ୍କ ଓଡ଼ିଶା ଶାଖାର ନୂଆ କ୍ଷେତ୍ରୀୟ ନିର୍ଦ୍ଦେଶକ ଭାବେ ଡ. ସାରଦା ପ୍ରସନ୍ନ ମହାନ୍ତି ଦାୟିତ୍ବ ଗ୍ରହଣ କରିଛନ୍ତି। ବ୍ୟାଙ୍କିଂ ନିୟମ ପ୍ରଣୟନ, ନିରୀକ୍ଷଣ, ବୈଷୟିକ ଜ୍ଞାନକୌଶଳ, ମୁଦ୍ରା ପରିଚାଳନା, ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ ମାନବ ସମ୍ବଳ ପରିଚାଳନା ଆଦି କ୍ଷେତ୍ରରେ ଡ. ମହାନ୍ତିଙ୍କର ବେଶ୍ ଅଭିଜ୍ଞତା ରହିଛି। ସେ ଆଇଆଇଏମ୍ ବାଙ୍ଗାଲୋର ଏବଂ ଓୟୁଏଟିର ଆଲୁମିନି।
ଭାରତରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ(ଏଫଡିଆଇ)ରେ ଉଚ୍ଚତର ଗବେଷଣା କରି ସେ ଡକ୍ଟରେଟ ଡିଗ୍ରି ହାସଲ କରିଛନ୍ତି। ଏଥିସହିତ ସେ ଆମେରିକାର ଟେକ୍ସାସ ଅଷ୍ଟିନ ବିଶ୍ବବିଦ୍ୟାଳୟରୁ ଡାଟା ଆନାଲିଟିକ୍ସରେ ଆଡଭାନ୍ସଡ ଡିଗ୍ରି ହାସଲ କରିଛନ୍ତି। ଏହା ପୂର୍ବରୁ ଡ. ମହାନ୍ତି ମୁମ୍ବାଇସ୍ଥିତ ମୁଖ୍ୟ କାର୍ଯ୍ୟାଳୟ, ନୂଆଦିଲ୍ଲୀ, କଲିକତା ଏବଂ ଭୁବନେଶ୍ବର କାର୍ଯ୍ୟାଳୟରେ କାର୍ଯ୍ୟ କରିଛନ୍ତି।