କୋଇଲା ଅଭାବ ପୂରଣ ପାଇଁ ରେଳବାଇ ଚଳାଇଲା ୩ କିଲୋମିଟରର ଡ୍ରାଗନ୍ ଟ୍ରେନ

ନୂଆଦିଲ୍ଲୀ: ଭୀଷଣ ଗରମ ମଧ୍ୟରେ ଯେଭଳି ବିଦ୍ୟୁତ ଉତ୍ପାଦନରେ କୋଇଲା ସଙ୍କଟ ନ ହେବ ସେଥିପାଇଁ ରେଳ ମନ୍ତ୍ରାଳୟ ଏବେ ଡ୍ରାଗନ ଟ୍ରେନ ଚଳାଇଛି | ବିଦ୍ୟୁତ୍ ସଙ୍କଟର ମୁକାବିଲା ପାଇଁ ନୂତନ ରେଳ ଚଳାଚଳଠାରୁ ଆରମ୍ଭ କରି କ୍ଷମତା ବୃଦ୍ଧି କରି କୋଇଲା ଯୋଗାଣ ନିଶ୍ଚିତ କରିବାକୁ ରେଳବାଇ ସମସ୍ତ ପଦକ୍ଷେପ ନେଉଛି | ଆଉ କୋଇଲା ଯୋଗାଣକୁ ତ୍ୱରାନ୍ୱିତ କରିବା ପାଇଁ ରେଳବାଇ ଡ୍ରାଗନ୍ ଟ୍ରେନ ଚଳାଇବା ଆରମ୍ଭ କରିଛି। ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଯେ ରେଳବାଇ ୩ କିଲୋମିଟର ଲମ୍ବା ମାଲବାହୀ ଟ୍ରେନ୍ ଚଳାଇଛି |

ଏହି ଟ୍ରେନ୍ ଛତିଶଗଡର କୋରବାରୁ ଉତ୍ତର ଭାରତର ପାୱାର ପ୍ଲାଣ୍ଟକୁ କୋଇଲା ପରିବହନ କାର୍ଯ୍ୟରେ ନିୟୋଜିତ ହୋଇଛି | ଏହି ମାଲବାହୀ ଟ୍ରେନରେ ୨୪୦ଟି ୱାଗନ୍ ଥିବାବେଳେ କୋଇଲା ନେବାର କ୍ଷମତା ମଧ୍ୟ ବୃଦ୍ଧି କରାଯାଇଛି | ଯାହା ଦ୍ୱାରା କମ ସମୟ ମଧ୍ୟରେ ସର୍ବାଧିକ କୋଇଲା ଯୋଗାଇ ଦିଆଯାଇପାରିବ | ଏହି ଡ୍ରାଗନ୍ ଟ୍ରେନ ଏକ ସମୟରେ ୧୬,୦୦୦ ଟନ୍ କୋଇଲା ପରିବହନ କରୁଛି |

ଏଥିରେ ୪ଟି ଇଞ୍ଜିନ୍ ଲାଗିଥିବାବେଳେ ଏହି ପ୍ରକାରର ଲମ୍ବା ରେକକୁ ଡ୍ରାଗନ୍ ରେକ୍ ମଧ୍ୟ କୁହାଯାଏ | ଏଥିରେ ୪ଟି କୋଇଲା ରେକ ଯୋଗ କରି ଏକ ଲମ୍ବା ହଲ୍ ରେକ୍ ତିଆରି କରାଯାଏ | ଏକ ରେକରେ ପ୍ରାୟ ୫୮ଟି ୱାଗନ୍ ଥିବାବେଳେ ମେ ମାସରେ, ବର୍ତ୍ତମାନ ସୁଦ୍ଧା ରେଳବାଇ ପ୍ରତିଦିନ ଏହିପରି ୭୦ଟି ଲମ୍ବା ଟ୍ରେନ୍ ଚଳାଚଳ କରୁଛି |

ସମ୍ବନ୍ଧିତ ଖବର