କଟକ: ଡ୍ରିମ୍ସ ପଲିଟେକ୍ନିକକୁ କ୍ରମାଗତ ଦ୍ବିତୀୟ ଥର ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଅଧୀନ ‘ନ୍ୟାସନାଲ ବୋର୍ଡ ଅଫ୍ ଆକ୍ରିଡିସନ୍ (ଏନ୍ବିଏ) ମାନ୍ୟତା ପ୍ରଦାନ କରାଯାଇଛି। ଇଲେକ୍ଟ୍ରିକାଲ, କମ୍ପ୍ୟୁଟର ସାଇନ୍ସ ଏବଂ ମେକାନିକାଲ ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ଏହି ମାନ୍ୟତା ମିଳିଛି। ଗୁଣାତ୍ମକ ଶିକ୍ଷାଦାନ, ଉନ୍ନତ ଭିତ୍ତିଭୂମି, ନିର୍ଦ୍ଧାରିତ ନିୟମାବଳୀ ତଥା ମାର୍ଗଦର୍ଶିକା ସଠିକ୍ ଅନୁପାଳନ, ଆବଶ୍ୟକତା ପୂରଣ କରୁଥିବା କୁଶଳୀ ମାନବ ସମ୍ବଳ ସୃଷ୍ଟି ନିମନ୍ତେ ଛାତ୍ରଛାତ୍ରୀଙ୍କ ଜ୍ଞାନ ଓ ଦକ୍ଷତା ସହିତ ଅନ୍ୟାନ୍ୟ ଦିଗକୁ ପର୍ଯ୍ୟାଲୋଚନା ଏବଂ ଆକଳନ ଭିତ୍ତିରେ ଏହି ମାନ୍ୟତା ପ୍ରଦାନ କରାଯାଇଛି। ଏଭଳି ସ୍ୱୀକୃତି ପାଇବାରେ ଡ୍ରିମ୍ସ ପଲିଟେକ୍ନିକ୍ ଗ୍ରାମାଞ୍ଚଳରେ ଗଢି ଉଠିଥିବା ରାଜ୍ୟର ପ୍ରଥମ ଘରୋଇ ଶିକ୍ଷାନୁଷ୍ଠାନ।
ଏହି ସଫଳତା ନିମନ୍ତେ ଡ୍ରିମ୍ସ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ପ୍ରମୋଦ ଚନ୍ଦ୍ର ରଥ ଏନ୍ବିଏ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇବା ସହ ଶିକ୍ଷାନୁଷ୍ଠାନର ଏକାଡେମିକ୍ ନିର୍ଦ୍ଦେଶକ, ଅଧ୍ୟକ୍ଷା, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀଙ୍କ ନିଷ୍ଠାପର କର୍ତ୍ତବ୍ୟ ଓ ଦାୟିତ୍ୱ ନିର୍ବାହ ପାଇଁ ବଧାଇ ଜଣାଇଛନ୍ତି। ୨୦୨୨-୨୩ ରେ ପ୍ରଥମ ଥର ପାଇଁ ଡ୍ରିମ୍ସ ପଲିଟେକ୍ନିକକୁ ଏନ୍ବିଏ ମାନ୍ୟତା ମିଳିଥିଲା। ୩ବର୍ଷ ପରେ ଏହାର ଅବଧି ଶେଷ ହେବାପରେ ପୁନର୍ବାର ଏନ୍ବିଏ ଏକ୍ସପର୍ଟ ଟିମ୍ ଗତ ମେ ୩୧ ତାରିଖରେ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିଥିଲେ।। ୨୦୨୫-୨୬ରୁ ୨୦୨୭-୨୮ ପର୍ଯ୍ୟନ୍ତ ସ୍ୱୀକୃତି ବଳବତ୍ତର ରହିବ ବୋଲି ଏନ୍ବିଏ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଦର୍ଶାଯାଇଛି।