ଚାଇନା ବାଣରେ ବିଷ ! ଚୋରାରେ ଆସୁଛି ଭାରତ, ସରକାରଙ୍କୁ ସତର୍କ କଲା ଡିଆରଆଇ

ନୂଆଦିଲ୍ଲୀ: ଆଲୋକର ପର୍ବ ଦୀପାବଳି ପାଇଁ ଏବେଠାରୁ ଦେଶର ବିଭିନ୍ନ ଅଞ୍ଚଳରେ ଜୋରସୋରରେ ବାଣ ତିଆରି ଚାଲିଛି । ଅନ୍ୟପଟେ ଦୀପାବଳିକୁ ଆହୁରି ମାସେ ସମୟ ଥିବା ବେଳେ ଭାରତ ବଜାରକୁ ପ୍ରବେଶ କଲାଣି ଚାଇନା ବାଣ ।

କଟକଣା ସତ୍ୱେ ଭାରତକୁ ଆମଦାନୀ ହେଉଛି ଚାଇନା ବାଣ । ଭାରତର ଡାଇରେକ୍ଟର ଅଫ୍ ରେଭନ୍ୟେୁ ଇଣ୍ଟେଲିଜେନ୍ସ (ଡିଆରଆଇ)ସୂଚନା ଅନୁସାରେ, ବିପୁଳ ମାତ୍ରାର ଚାଇନା ବାଣ ଭାରତ ଆସୁଛି । ଭାରତ ଓ ଚୀନ ମଧ୍ୟରେ ହୋଇଥିବା ବୈଦେଶିକ ବାଣିଜ୍ୟ ଚୁକ୍ତିରେ ଏପରି ବାଣ ଉପରେ ରୋକ ଲଗାଯାଇ ସାରିଛି । ତଥାପି ବେଆଇନ୍ ଭାବେ ଚୀନରୁ ଭାରତକୁ ବାଣ ଆମଦାନୀ ହେଉଛି । ଆଗକୁ ଦୀପାବଳି ଥିବାରୁ ଭାରତକୁ ବାଣ ପଠାଉଛନ୍ତି ଚାଇନା ବାଣ ବ୍ୟବସାୟୀ । ବାର୍ଷିକ ଆୟ ଲକ୍ଷ୍ୟକୁ ପୂରା କରିବା ପାଇଁ ଭାରତକୁ ବାଣ ପଠାଉଥିବା କହିଛନ୍ତି ଚାଇନା ଡିଲର୍ । ତେବେ ଏଥିପାଇଁ କଡ଼ା ନଜର ରଖିବାକୁ ସରକାରଙ୍କୁ ସଚେତନ କରିଛି ଡିଆରଆଇ।
ଚାଇନା ବାଣ କେବଳ ପରିବେଶ ପାଇ ନୁହେଁ, ଭାରତର ବିସ୍ଫୋରକ ପଦାର୍ଥ ଅଧିନୟମ ୨୦୦୮କୁ ମଧ୍ୟ ଉଲ୍ଲଂଘନ କରୁଛି । କାରଣ ଚାଇନା କମ୍ପାନୀଗୁଡ଼ିକ ବାଣ ତିଆରି କରବା ପାଇଁ ବିଭିନ୍ନ ପ୍ରକାର କ୍ଷତିକାରକ ରାସାୟନିକ ପଦାର୍ଥ ବ୍ୟବହାର କରିଥାଆନ୍ତି । ଚାଇନାରେ  ରେଡ଼୍ ଲେଡ଼୍, କପର ଡାଇଅକ୍ସାଇଡ଼୍ ଓ ଲିଥିୟମ ପରି ଭୟଙ୍କର ପଦାର୍ଥରେ ପ୍ରୟୋଗ କରିଥାଆନ୍ତି । ପରିବେଶ ପ୍ରଦୂଷଣ ସହ ଶରୀର ପାଇଁ ମଧ୍ୟ ଚାଇନା ବାଣ କ୍ଷତିକାର ।
ସମ୍ବନ୍ଧିତ ଖବର