ନୂଆଦିଲ୍ଲୀ: ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥା (ଏନ୍ବିଏଫ୍ସି)ର ‘କ୍ୟାପିଟାଲ୍ ଫାଷ୍ଟ୍’ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭି ବୈଦ୍ୟନାଥନ ନିଜ ସମ୍ପତ୍ତିର କିଛି ଭାଗ ଘରୋଇ ସହାୟକ ଓ ଡ୍ରାଇଭର୍ ମଧ୍ୟରେ ବାଣ୍ଟି ନୂତନ ଉଦାହରଣ ସୃଷ୍ଟି କରିଛନ୍ତି। ସେ କିଛି ସମ୍ପତ୍ତିକୁ ନିଜର ପରିବାରବର୍ଗ, ବନ୍ଧୁ, ଘରୋଇ ସହାୟକ ଓ ଡ୍ରାଇଭର୍ଙ୍କୁ ଉପହାର ଦେବେ ବୋଲି ଘୋଷଣା କରିଛନ୍ତି। କ୍ୟାପିଟାଲ୍ ଫାଷ୍ଟ୍ରେ ଥିବା ୧୦.୬୧% ଅଂଶଧନକୁ ସେ ଉପହାର ଭାବେ ପ୍ରଦାନ କରିବେ ଯାହାର ମୂଲ୍ୟ ୨୦.୫୩ କୋଟି ହେବ ବୋଲି ଆକଳନ କରାଯାଇଛି।
ଷ୍ଟକ ବଜାରକୁ ସୂଚନା ଦେଇ ବୈଦ୍ୟନାଥନ କହିଛନ୍ତି ଯେ, ମୋ ପାଖରେ ଥିବା ମୋଟ ୪୦.୪୦ ଲକ୍ଷ ସେୟାର ମଧ୍ୟରୁ ୪.୨୯ ଲକ୍ଷ ସେୟାରର ମୁଁ କାରବାର କରିବାକୁ ଚାହୁଛି। ଏହାକୁ ବିଭିନ୍ନ ଲୋକଙ୍କୁ ଉପହାର ଆକାରରେ ପ୍ରଦାନ କରିବି। ମୋ ପ୍ରତି ଥିବା ଭଲ ପାଇବା ଓ ଆବେଗକୁ ଦୃଷ୍ଟିରେ ରଖି ମୁଁ ଏହି ଲୋକମାନଙ୍କୁ ସେୟାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି ବୋଲି ସେ ଜଣାଇଛନ୍ତି। ଯେଉଁମାନଙ୍କୁ ବୈଦ୍ୟନାଥ ସେୟାର ଉପହାର ସୂତ୍ରରେ ପ୍ରଦାନ କରିଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ୨୩ ଜଣ ବର୍ତ୍ତମାନର ସହଯୋଗୀ, ୩ ଜଣ ପୂର୍ବତନ ସହଯୋଗୀ, ଦୁଇ ଭାଇ ଓ ଭଉଣୀ, ଶ୍ବଶୁର, ପତ୍ନୀଙ୍କ ମାମୁଁ, ପତ୍ନୀଙ୍କ ତିନି ଜଣ ସମ୍ପର୍କୀୟ, ୨ ଜଣ ଡ୍ରାଇଭର ଓ ତିନି ଜଣ ଘରୋଇ ସହାୟକ। ସର୍ବାଧକ ୨୬ ହଜାର ସେୟାରକୁ ସେ ନିଜ ଭାଇ ସତ୍ୟମୂର୍ତ୍ତିଙ୍କୁ ପ୍ରଦାନ କରିଛନ୍ତି।
ଉଲ୍ଲେଯୋଗ୍ୟ, ୨୦୧୦ରେ କ୍ୟାପିଟାଲ୍ ଫାଷ୍ଟ୍ ଏକ ଷ୍ଟାର୍ଟଅପ୍ ସ୍ଥିତିରେ ଥିଲା। ଏହା ପୂର୍ବରୁ କଂପାନି କ୍ଷତିରେ ଚାଲୁଥିଲା। ୨୦୦୮ରେ କଂପାନି ୨୭ କୋଟି ଟଙ୍କାର କ୍ଷତି ସହିଥିଲା। ବୈଦ୍ୟନାଥନଙ୍କ ବଳିଷ୍ଠ ନେତୃତ୍ବ ଫଳରେ କ୍ୟାପିଟାଲ୍ ଫାଷ୍ଟ୍ ୨୦୧୭-୧୮ ଆର୍ଥିକ ବର୍ଷରେ ୩୨୭ କୋଟି ଟଙ୍କାର ଲାଭ କରିଥିଲା। ଆଇଡିଏଫ୍ସି ସହିତ କ୍ୟାପିଟାଲ୍ ଫାଷ୍ଟ୍ର ମିଶ୍ରଣ ହେବାକୁ ଯାଉଛି। ଚଳିତ ବର୍ଷ ଜାନୁଆରିରେ ଏହି ଘୋଷଣା କରାଯାଇଥିଲା। ମିଶ୍ରଣ ପ୍ରକ୍ରିୟାର ସମସ୍ତ ଔପଚାରିକତା ଡିସେମ୍ବର ସୁଦ୍ଧା ଶେଷ ହୋଇଯିବ ବୋଲି ଆଶା କରାଯାଉଛି।
ଡ୍ରାଇଭର୍, ସହାୟକଙ୍କୁ ସମ୍ପତ୍ତି ବାଣ୍ଟିଲେ କୋଟିପତି
/sambad/media/post_attachments/wp-content/uploads/2018/11/v_vaidyanathan_domain-b.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)